ବାଜି ମାରିଲା ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ

୩ ଖେଳରେ ଚାମ୍ପିୟନ୍ ,ଜିତିଲା କଣ୍ଟିଜେନ୍ସ ଟ୍ରଫି

କଟକ,୧୩।୧୦(ଏସଏସନିଉଜ) ଆଇଆଇଟି-ଭୁବନେଶ୍ୱର ଦ୍ୱାରା ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ ଅଶ୍ୱମେଧ-୨୦୨୬ରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରି କଣ୍ଟିଜେନ୍ସ ଟ୍ରଫି ଜିତିଛି। ଏସଏସୟୁ ପୁରୁଷ ବାସ୍କେଟବଲ୍,ପୁରୁଷ ଫୁଟବଲ୍ ଏବଂ ପୁରୁଷ ଖୋ-ଖୋ ପ୍ରତିଯୋଗିତାରେ ଚାମ୍ପିୟନ୍ ହୋଇଛି। ଏଥିସହ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମଧ୍ୟ ଉପବିଜେତା ହୋଇଛି। ଏହି ସାମଗ୍ରିକ ସଫଳତା ଯୋଗୁଁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ କଣ୍ଟିଜେନ୍ସ ଟ୍ରଫି ହାସଲ କରିବାରେ ସମର୍ଥ ହୋଇଛି। ବାସ୍କେଟ୍ ବଲ୍ ଟିମ୍ ତାର ତିନିଟି ଯାକ ପ୍ରତିଯୋଗିତା ଜିତି ଫାଇନାଲରେ ଆଇଆଇଟି-ଭୁବନେଶ୍ୱରକୁ ୫୯-୪୯ ପଏଣ୍ଟରେ ହରାଇ ଚାମ୍ପିଅନ୍ ହୋଇଥିଲା। ଫୁଟବଲ୍ ଟିମଟି ମଧ୍ୟ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଗୋଟିଏ ହେଲେ ଗୋଲ୍ ଖାଇନଥିଲା। ଦଳ ଫାଇନାଲରେ ଓୟୁଟିଆରକୁ ୨-୦ଗୋଲରେ ହରାଇ ଚାମ୍ପିଅନ୍ ହୋଇଥିଲା।ଖୋ-ଖୋରେ ମଧ୍ୟ ଲିଗ୍ ପର୍ଯ୍ୟାୟ ଏବଂ ସେମି ଫାଇନାଲରେ ଉନ୍ନତ ପ୍ରଦର୍ଶନ କରି ଫାଇନାଲରେ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟକୁ ୧୫-୧୧ ପଏଣ୍ଟରେ ହରାଇ ଚାମ୍ପିଅନ୍ ହୋଇଥିଲା।ବ୍ୟାଡମିଣ୍ଟନରେ ମଧ୍ୟ ଦଳ ଉପବିଜେତା ହୋଇଥିଲା। ଏହି ସ୍ୱର୍ଣ୍ଣିମ ସଫଳତାରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷ ଆଦେଶ ଗୋୟଲ, କୁଳପତି ପ୍ରଫେସର ଡ. ତେଜପରତାପ, କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ଏବଂ କ୍ରୀଡ଼ା ପରିଚାଳନା ସମିତି ସମସ୍ତ ଖେଳାଳି ଏବଂ କୋଚମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛ୍ଚନ୍ତି।

- Advertisement -

Leave A Reply

Your email address will not be published.