ବଜ୍ରାଘାତରେ ୩ଗୁରୁତର ,ଜଳିଗଲେ୧୫ଛେଳି

ଥାନାରେ ନିଆଁ

0 30

ଜଳେଶ୍ବର,୭ା୪(ଏସଏସନିଉଜ) ବଜ୍ରାଘାତରେ ୩ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି ।ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରେ ଅଘଟଣ ଘଟିଛି ।୨ଜଣ ପଶ୍ଚିମବଂଗ ଓ ଜଣେ ଓଡ଼ିଶାର ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି ।ଗୁରୁତରଙ୍କୁ ଉଦ୍ଧାର କରି ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି ।ସେହିଭଳିଭାବେ ଭଞ୍ଜନଗରର ବଡ଼ଗଡ଼ଥାନା ବାଟଶାସନଗାଁରେ ବଜ୍ରାଘାତ ଘଟି ୧୫ଛେଳି ଜଳିଯାଇଥିବାର ଜଣାପଡିଛି ।ଅନ୍ୟପଟେ ଦିଗପହଣ୍ଡିର ଶୂନପୁର ମେରାଇନ୍ ଥାନାରେ ଅଗ୍ନିକାଣ୍ଡ ଘଟିଛି ।ସର୍ଟସର୍କିଟରୁ ଥାନାରେ ନିଆଁ ଲାଗିଥିବା ସୂଚନା ମିଳିଛି ।ଯାହାଫଳରେ ଥାନା ପରିସରରେ ଥିବା ୨ଟି ବାଇକ୍ ଜଳିଯାଇଛି ।ଖବରପାଇ ଆସି ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମବାହିନୀ ।

Leave A Reply

Your email address will not be published.