ବାଲିଘାଟରେ ହଟହଟାହେଲେ ଭୁବନେଶ୍ୱର ତହସିଲଦାର

ବାରଙ୍ଗ,୧୩ା୬(ଏସଏସନିଉଜ)ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁମୁଣ୍ଡରେ ବେଆଇନ ଭାବେନଦୀରୁ ବାଲିଉଠା ଚାଲିଛି ।ଯାହାଫଳରେ ସରକାରଙ୍କର ରାଜସ୍ୱ କ୍ଷତି ହେବାସହ ଅନ୍ୟପଟେ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି ।ଏବିଷୟରେ ଅଂଚଳବାସୀ ନୁଆକରି ହୋଇଥିବା କଲ୍ୟାଣପୁରଆରଆଇଙ୍କ ଦୃଷ୍ଟିକୁଆଣିଥିଲେ ।ପୁର୍ବପ୍ରସ୍ତୁତିଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରତହସିଲଦାର ମାନସସ୍ୱାଇଁଙ୍କ ନେତୃତ୍ୱରେ ସୁପରଭାଇଜର ଜଗନ୍ନାଥମହାରଣା,ରାଜସ୍ୱଅଧିକାରୀ ସୁର୍ଯ୍ୟକାନ୍ତମାର୍ଥା,ସୈାଭାଗ୍ୟଶତପଥିଙ୍କୁ ନେଇ ଗଠିତ ଟିମ ଅଚାନକଭାବେ ବେଆଇନଭାବେ ଚାଲିଥିବାବାଲିଘାଟ ଉପରେଏ ଚଢଉକରିଥିଲେ ।ଚଢଉ ସମୟରେ ବାଲିଘାଟରେ ବାଲିଉଠାଉଥିବା ଏକ ଜେସିବି ୩ ଟ୍ରାକ୍ଟରକୁ ଏହି ଜବତ କରିଥିଲା ।କିନ୍ତୁ କିଛି ସମୟପରେ କଲ୍ୟାଣପୁର ଗାଁର ପ୍ରଭାତସ୍ୱାଇଁ ନାମକ ଯୁବକ ଅନ୍ୟଦୁଇଜଣ ସହଯୋଗୀଙ୍କୁ ଆଣି ତହସିଲଦାରଙ୍କ ଗାଡିଆଗରେ ନିଜର ବାଇକ ରଖି ଯୁକ୍ତିତର୍କ ଆରମ୍ଭ କରିଥିଲା ଏହି ସମୟରେ ଜେସିବିଟି ଖସି ପଳାଉଥିବାବେଳେ ତାକୁଧରିବାକୁ ପଛରେ ଯାଇଥିଲେ ।ପୁନର୍ବାର ପ୍ରଭାତ ଆସି ବାଇକ ଆଣି ତହସିଲଦାରଙ୍କ ଗାଡିଆଗରେ ରଖି ଅଶ୍ଳିଳବ୍ୟବହାର ସାଙ୍ଗକୁ ଗାଳିଗୁଲଜ କରି ମାରିଦେବାକୁ ଧମକ ଦେଇଥିଲା ।ଏହି ମଉକାରେ ଜେସିବି ଓ ୩ଟ୍ରାକ୍ଟର ଘଟଣାସ୍ଥଳରୁ ଖସି ପଲାଇଥିଲେ ବୋଲିକଲ୍ୟାଣପୁର ଆରଆଇ ସୈାଭାଗ୍ୟଶତପଥି ଆଜି ନନ୍ଦନକାନନଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।

- Advertisement -

Leave A Reply

Your email address will not be published.