ବଞ୍ଚିପାରିଲାନି ମର୍ମୋସେଟ୍ ଶାବକ

0 245

ବାରଙ୍ଗ,୨୦/୧(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନ ର ୫୫ ନମ୍ୱର ଖୁଆଡରେ ରେ ରହୁଥିବା ସବୁଠାରୁ କ୍ଷୁଦ୍ର ମାଙ୍କଡ ମର୍ମୋସେଟ୍ ଗତ ୧୭ ତାରିଖରେ ଜନ୍ମ ଦେଇଥିବା ଦୁଇଟି ଛୁଆ ମଧ୍ୟରୁ ଆଜି ଗୋଟିକର ମୃତ୍ୟୁ ଘଟିଛି। ଗୋଟିଏ ଛୁଆକୁ ମା ଗ୍ରହଣ ନ କରିବାରୁ ତାକୁ ଶିଶୁ ପାଳନ କେନ୍ଦ୍ରରେ ରଖାଯାଇ ଯତ୍ନ ନିଆଯାଉଥିଲା। ହେଲେ ବୁଧବାର ସକାଳେ ତାର ମୃତ୍ୟୁ ଘଟିଥିବା କର୍ମଚାରୀ ଦେଖିବାକୁ ପାଇଥିଲେ।ମା ଠାରୁ ଅଲଗା ରହିବା ଫଳରେ ମା କ୍ଷୀର ନପାଇ ପାରି କୋଲୋଷ୍ଟ୍ରୋମ ର ଅଭାବ ଯୋଗୁ ଶିଶୁ ଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ବୋଲି ନନ୍ଦନକାନନ ର ବରିଷ୍ଠ ପଶୁ ଚିକିତ୍ସକ ଆଲୋକ ଦାସ କହିଛନ୍ତି।ଫଳରେ ପ୍ରାଣୀ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ୬ କୁ ଖସି ଆସିଛି।ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।(ବାରଙ୍ଗରୁ ଗୌତମ ରାଉତ ଙ୍କ ରିପୋର୍ଟ )

Leave A Reply

Your email address will not be published.