ବନ୍ଦହେବ କି ଆଞ୍ଚଳିକଖେଳ ଓ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ?

ମେଣ୍ଢାଶାଳ,୨୨|୬(ଏସଏସନିଉଜ )ରାଜଧାନୀ ଭୁବନେଶ୍ବରରେ ପ୍ରସ୍ତାବିତ ଟାଉନ୍ ପ୍ଲାନିଙ୍ଗ୍ ସ୍ମିମରେ ଭୂବନେଶ୍ବର ବ୍ଲକର ତମାଣ୍ଡୋ ମିନି ଷ୍ଟାଡିୟମ ସହିତ ଶ୍ମଶାନ ଏବଂ ଖଟିଖିଆ ଗରିବ ବସ୍ତିଟିଏ କ୍ଷତି ହେଉଛି । ଯାହାକୁ ନେଇ ବୁଧବାର ଶିବ ଶକ୍ତି କ୍ଲବ୍ ଘରେ ଏକ ଆଲୋଚନା ସଭାରେ ସ୍ଥିର ହୋଇଛି କି ଯେହେତୁ ରାର୍ଯ୍ୟ ସରକାର ଏକଛତ୍ରବାଦ ନୀତି ଆପଣେଇ କୋର୍ଟକୁ ସନମ୍ମାନ ନ ଦେଇ ଖେଳ ପଡିଆ ଅଧିଗ୍ରହଣ କରିବାକୁ ଯାଉଛନ୍ତି ଯଦି ଏଥିରୁ ନିବୃତ ନ ରହିବେ ତେବେ ଆଗାମୀ ଦିନରେ ପ୍ରଥମେ ପଚାଶ ହଜାର କ୍ରାଡାପ୍ରମିଙ୍କୁ ସାଙ୍ଗରେ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ । ଏହା ପାଖରେ ବହୁ ସରକାରୀ ଜାଗା ଥିବା ସ୍ବତେଃ ରାସ୍ତାଟିକୁ ଅଳ୍ପ ନ ଘୂଞ୍ଚାଇ ଷ୍ଟାଡିୟମ ମଝିରେ ଏହି ପ୍ରସ୍ତାବିତ ରାସ୍ତା ଯାଉଥିବାରୁ ସାଧାରଣରେ ଜନଅସନ୍ତୋଷ ସୃଷ୍ଟିହୋଇଛି । ଯେତେ ବେଳେ କି ଖୋରଧା ଭୁବନେଶ୍ବର ମଧ୍ୟରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ପ୍ରାୟ ୫୭ ଗୋଟି ବାଙ୍କ ଥିଲା ବେଳେ ଓ ଇମ୍ଫୋଭ୍ୟାଲି ରାସ୍ତା ୫୦୦ ମିଟରରେ ୪ ଗୋଟି ବାଙ୍କ ଅଛି କିନ୍ତୁ ଏହା ପାଇକରାପୁର ଡିପି ଆଉ ବିଜିପୁର ତମାଣ୍ଡୋ ଡିପି ମଧ୍ୟରେ ପୁରା ସିଧା ରାସ୍ତା ଯିବ କାହିଁକି ଏଥିରେ କାହା ସାଙ୍ଗରେ କଣ କିଛି ଭିତିରି ବୁଝାବଣା ଅଛି ଯାହା ଫଳରେ ରାସ୍ତା ଘୂଞ୍ଚାଇବାର ନାମ ଧରୁ ନାହାଁନ୍ତି ଆଉବା ଘୂଞ୍ଚାଇ ଦେଲେ ବି ରାସ୍ତା ସିଧା ହୋଇପାରିବ କିନ୍ତୁ ଷ୍ଟାଡିୟମ ପ୍ରତି ଏତେ ରାଗ କାହିଁକି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ସରକାର ଏଥିରୁ ନିବୃତ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସଭାପତି ଧୂଷାସନ ସ୍ବାଇଁ,ସମ୍ପାଦକ ଶ୍ରୀକାନ୍ତପଟ୍ଟନାୟକ, ଉପଦେଷ୍ଟା ବିପିନ ବିହାରିପରିଡା,ଅଞ୍ଚଳର ବହୁ ବରିଷ୍ଠ ନାଗରିକ ,ବୃଦ୍ଧିଜିବୀ,ସମାଜସେବି,ଖେଳ ପ୍ରମୀ,ଖେଳାରୀ,ବିଭିନ୍ନ ଖେଳଶିକ୍ଷକ ଓ ଅନ୍ୟାନ୍ୟ ସାଧୁ ଚିନ୍ତକ ଓ ଅଞ୍ଚଳବାସୀ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.