ବନ୍ଧୁକ ସହ କାର ଜବତ

0 189

ଭୁବନେଶ୍ୱର,୨୨/୮(ଏସଏସନିଉଜ)ରବିବାର ରାତି ରେ ଇନ୍ଫୋଭ୍ୟାଲି ଥାନା ଅଧିନସ୍ଥ ଗଙ୍ଗପଡା ସ୍ଥିତ ପିଡ଼ିଏଲ ଅଟୋ ହବରେ ଗାଡି ଧୋଇବାକୁ ନେଇ ପାଟିତୁଣ୍ଡ ଓ ପରେ ବନ୍ଧୁକ ଦେଖାଇ ଜୀବନରେ ମାରୁଦେବାକୁ ଧମକ ଦେବା ଅଭିଯୋଗରେ ପୋଲିସ ସୋମବାରଦିନ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ବିଜେବିନଗରର ଅଜତଶତୃମିଶ୍ର ଓ ଖୋର୍ଦ୍ଧା ଶ୍ରୀରାମନଗରର ସୁକୁମାର ମହାପାତ୍ର ।ସେମାନଙ୍କଠାରୁ ପୋଲିସ ଭାରତୀୟ ନିର୍ମିତ ୩୨ ବୋର ଏମକେ-୩ ରିଭଲବର, ୬ ଟି ୭.୬୩ ଏମ ଏମ ଗୁଳି ଏବଂ ୨ ଟି କାର ଜବତ କରିଛି ।
ଗଙ୍ଗପଡା ସ୍ଥିତ ପିଡ଼ିଏଲ ଅଟୋ ହବରେ କାର୍ଯ୍ୟରତ ମ୍ୟାନେଜର ଇନ୍ଫୋଭ୍ୟାଲି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଗତ କାଲି ତା ୨୧.୦୮.୨୦୨୨ ରିଖ ସନ୍ଧ୍ୟା ପ୍ରାୟ ୭.୩୦ରେ ସୁକୁମାର ଓ ଅଜତଶତୃ ଗୋଟିଏ ସିଳଭର ରଙ୍ଗର ଏସଯୁଭି ଏବଂ ଗୋଟିଏ ଧଳା ରଙ୍ଗର ହ୍ୟୁଣ୍ଡାଇ ଆଇ-୨୦ କାର ଆଣି ସଫା କରିବା ପାଇଁ ଅଭିଯୋଗକାରୀଙ୍କୁ କହିବାରୁ ଅଭିଯୋଗକାରୀ ସେମାନଙ୍କୁ ମନା କରିବା ସହିତ ଶୋରୁମ୍ ବନ୍ଦ ହେବାକୁ ଯାଉଥିବାର କାରଣ ଦର୍ଶାଇଥିଲେ। ଏଥିରେ ଅଭିଯୁକ୍ତମାନେ ଉତ୍ୟକ୍ତ ହୋଇ ଅଭିଯୋଗକାରୀଙ୍କ ସହିତ ତାଙ୍କର କର୍ମଚାରୀମାନଙ୍କୁ ଗାଳି ଗୁଲଜ କରିଥିଲେ ଏବଂ ଏକ ରିଭଲବର ଦେଖାଇ ସମସ୍ତଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିବାନେଇ ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ ହୋଇଥିଲା ।

 

 

Leave A Reply

Your email address will not be published.