ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଚଢ଼ାଉ

ମ୍ୟାନେଜର ଓ କର୍ମଚାରୀଙ୍କୁ ଜେରା!

0 20

ଢେଙ୍କାନାଳ .୭ା୪(ଏସଏସନିଉଜ)ଢେଙ୍କାନାଳ ଆଇସିଆଇସିଆଇ ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଚଢ଼ାଉ। ଗତକାଲି ଅପରାହ୍ନରେ କ୍ରାଇମବ୍ରାଞ୍ଚ ଏହି ଚଢ଼ାଉ କରିଥିବା ବେଳେ ବ୍ୟାଙ୍କ ମ୍ୟାନେଜର ଓ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିବାର ଖବର ମିଳିଛିାଗତ ସପ୍ତାହରେ ଉପଭୋକ୍ତାଙ୍କୁ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ବ୍ୟାଙ୍କର ୩ କର୍ମଚାରୀଙ୍କୁ ଗିରଫ କରିଥିଲା। ଏକ କୋଟିରୁ ଅଧିକ ଟଙ୍କାର ଠକେଇରେ ସମ୍ପୃକ୍ତି ଥିବା ଅଭିଯୋଗରେ ଡେପୁଟି ମ୍ୟାନେଜର ପ୍ରଶାନ୍ତ କୁମାର ସାହୁ , ଗ୍ରାହକ ସେବା ସମ୍ପର୍କ ଅଧିକାରୀ ସ୍ୱାଗତିକା ସ୍ୱାଇଁ ଓ ତାଙ୍କ ସ୍ୱାମୀ ମନୋଜ କୁମାର ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା। ସେହି ଠକେଇ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ଗତକାଲି ପୁଣି ଥରେ ଚଢ଼ାଉ କରିଥିବା ଜଣାପଡ଼ିଛିା

Leave A Reply

Your email address will not be published.