ବାଙ୍କୀରେ ପଶିଲା ମହାନଦୀର ବନ୍ୟାଜଳ

0 96

ବାଙ୍କୀ,୧୬ା୯(ଏସଏସନିଉଜ) ବାଙ୍କୀରେ ପ୍ରବେଶ କରିଛି ମହାନଦୀର ବନ୍ୟାଜଳ। ଯାହାଫଳରେ ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ବାଙ୍କୀ ବ୍ଲକର ରତାଗଡ଼, ବାଉଁଶପୁଟ, ବନ୍ଦାଳ, ଓସ୍ତିଆ ଆଦି ୪ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ମୁଣ୍ଡଳୀରେ ୬ ଲକ୍ଷ ୩୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ସେପଟେ ନରସିଂହପୁରର ଭଟ୍ଟାରିକା ମନ୍ଦିର ଗର୍ଭଗୃହରେ ବନ୍ୟା ଜଳ ପ୍ରବେଶ କରିଛି । ଏଥିନିମନ୍ତେ ଭୋର୍ ସମୟରେ ମା’ଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ହୀରାକୁଦର ୨୨ଗେଟ୍ ଦେଇ ଜଳନିଷ୍କାସନପରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି । ଉପରମୁଣ୍ଡ ହୀରାକୁଦରେ ଏବେ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୭.୮୭ ଫୁଟ୍ ରହିଛି ।

 

Leave A Reply

Your email address will not be published.