ବନ୍ଧାହେଲେ ୨ଯୁବକ

0 132

ଜଟଣୀ,୧୭।୫(ଏସଏସନିଉଜ)ଜଟଣୀ ଓ ଡେଲାଙ୍ଗ ଥାନା ଅଞ୍ଚଳରେ ଆତଙ୍କରାଜ୍ ଚଳାଇଥିବା ଦୁଇ ଯୁବକଙ୍କୁ ଗିରଫ କରି ଝାରପଡ଼ା ଜେଲ୍‌ ହାଜତକୁ ପଠାଇଛି ଜଟଣୀଥାନା ପୁଲିସ। ଦୁଇ ଅଭିଯୁକ୍ତ ହେଲେ ଅରୁଗୁଳ ବଣିଆସାହିର ଅସିତ୍‌ ସାହୁ ଓରଫ୍ ତପୁନା(୨୧) ଓ ଡେଲାଙ୍ଗ ଥାନା ଯମୁନା ତଳସାହିର ସୌମ୍ୟରଞ୍ଜନ ଦାସ ଓରଫ୍‌ ସୋମୁ (୧୯)। ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ , ୬ଟି ଗୁଳି , ୧୦ ହଜାର ଟଙ୍କା ଓ ଗୋଟିଏ ପଲ୍‌ସର ବାଇକ୍ ଜବତ କରିଛି ପୋଲିସ।

Leave A Reply

Your email address will not be published.