ବାପା ପେଟରେ ପବଜୀ ଛୁରୀ

0 246

ଖବର ଆଜିର,ତାରିଖ ୨୭/୧୦/୨୦ ମଙ୍ଗଳବାର।
୧-ବାପା ପେଟରେ ପବଜୀ ଛୁରୀ । ପବଜୀ ଖେଳ ପାଇଁ ବାପାକୁ ଛୁରୀ ଭୁସିଦେଲା ପୁଅ ।–ଗୁଜୁରାଟର ସୁରଟର ଜବାହରନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ।
୨-ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ ।
୩-ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କୁ ବିଶ୍ରାମ । ୩ ଫର୍ମାଟର ମଙ୍ଗ ଧରିଲେ ବିରାଟ କୋହଲି ।
୪-ପ୍ରଚାର ଶେଷ, ଆସନ୍ତାକାଲି ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ।
୫-ରାଜଧାନୀରେ ବଟି ଆଦାୟ କରି ୬ ନକଲି ସାମ୍ବାଦିକ ଗିରଫ: ଅନ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ।
୬-ଗ୍ରାମବାସୀଙ୍କ ଶେଷ ନିଷ୍ପତ୍ତି: ‘ସରକାର ଆମ ଦାବି ପୂରଣ ନ କଲେ, ଆମେ ଛତିଶଗଡ଼ ରାଜ୍ୟରେ ମିଶିଯିବୁ’–ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଚର୍ଦ୍ଦାପାଲି ।
୭-ମେହବୁବା ମୁଫତିଙ୍କ ବିବାଦୀୟ ତ୍ରୀରଙ୍ଗା ମନ୍ତବ୍ୟ ପ୍ରସଙ୍ଗ । ଦଳ ଛାଡିଲେ ୩ନେତା । ସେପଟେ ଜମ୍ମୁକଶ୍ମୀରରେ ରାଲି ଓ ବିକ୍ଷୋଭ ପ୍ରଦର୍ଶନ । ପିଡିପି କାର୍ଯ୍ୟାଳୟରେ ପତାକା ଲଗାଇଲେ ବିଜେପି କର୍ମୀ ।

୮-କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡ – ମିଳିଲା ଜାମିନ ।
୯-ଶ୍ରୀକ୍ଷେତ୍ରରେ ପଡ଼ିଲା ଚଳିତବର୍ଷର ନାଗାର୍ଜୁନ ବେଶର ମୁଳଦୂଆ । ଆସନ୍ତା ନଭେମ୍ବର ୨୭ରେ ମହାପ୍ରଭୁଙ୍କ ବିରଳ ନାଗାର୍ଜ୍ଜୁନ ବେଶ ।
୧୦-ପୁଣି ଚର୍ଚ୍ଚାକୁ ଫେରିଲା କଙ୍ଗନା ରଣାୱତ ବନାମ ମହାରାଷ୍ଟ୍ର ସରକାର ବିବାଦ । କଙ୍ଗନା କହିଲେ, ବଂଶବାଦର ଖରାପ ଉଦାହରଣ ହେଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଦଶହରା ରାଲିରେ କଙ୍ଗନାଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରିଥିଲେ ଉଦ୍ଧବ ଠାକରେ।
୧୧-ସଫଳ ହେଲା ବିରଳ ଅସ୍ତ୍ରୋପଚାର । ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର । ୧୦ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ କୋରାପୁଟର ମହିଳା । ଖୋର୍ଦ୍ଧା କୁହୁଡି ସାଇ ସେବା ସଦନର ଚିକିତ୍ସକଙ୍କ ଉଦ୍ୟମକୁ ପ୍ରଶଂସା ।
୧୨-ଖସୁଛି କରୋନା ମିଟର । ରାଜ୍ୟରେ ୧୫ଶହ ତଳକୁ ଖସିଲା ଦୈନିକ ସଂକ୍ରମଣ, ଦେଶରେ ସପ୍ତାହେ ଭିତରେ ୧୬ ପ୍ରତିଶତ କମିଛି ନୂଆ ମାମଲା । ମୃତ୍ୟୁ ସଂଖ୍ୟାରେ ୧୯ ପ୍ରତିଶତ ହ୍ରାସ।
୧୩-NEET ମେଡିକାଲ ସିଟରେ ୫୦% ଙଈଉ କୋଟା ମାଗୁଥିବା ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ ।
୧୪-ଭାରତର ଊର୍ଜା ଭବିଷ୍ୟତ ଉଜ୍ଜ୍ବଳ ଓ ସୁରକ୍ଷିତ : ପ୍ରଧାନମନ୍ତ୍ରୀ ମୋଦୀ ।
୧୫-ଆସନ୍ତାମାସରେ ଆସିପାରେ କୋଭିଡ୍ ଟିକା । ବ୍ରିଟେନର ଖବରକାଗଜ ରିପୋର୍ଟ ବଢ଼ାଇଲା ଚର୍ଚ୍ଚା
୧୬-୨୯ରୁ ଆରମ୍ଭ ହେବ ଫ୍ଲିପକାର୍ଟର ବିଗ୍ ଦିଓ୍ଵାଲୀ ସେଲ୍,।
୧୭-ନିବେଶକ ହରାଇଲେ ୨.୩ ଲକ୍ଷ କୋଟି, ସେନ୍‌ସେକ୍ସରେ ୫୪୦ ପଏଣ୍ଟ୍ ହ୍ରାସ ।
୧୮-ଓଡିଶା ପୋଲିସ(ଏସଓଜି) ଏବଂ ବିଏଏଫ ୯-ବାଟାଲିୟାନ ଯବାନଙ୍କ ମିଳିତ ଅପରେସନ : ଲୁକ୍କାୟୀତ ମାଓ ସାମଗ୍ରୀ ଯବାନମାନଙ୍କ ଦ୍ବାରା ଉଦ୍ଧାର ।

Leave A Reply

Your email address will not be published.