ବାରଙ୍ଗରେ ଅଲୈାକିକ ଘଟଣା :ପାଣିରେ ଭାସୁଛି ପଥର

0 462

ବାରଙ୍ଗ,୨୦/୪(ଏସେସନିୟୁଜ )ପାଣିରେ ଭାସୁଛି ପଥର ।କଥା ଟା ଅବିଶ୍ୱାସ ହେଲେ ବି ଘଟଣାଟି ସତ।ସୋମବାର ଦିନ ସକାଳେ ଜୟିପୁର ଗ୍ରାମର କିଛି ଯୁବକ କୁଆଖାଇ କୁ ଶୌଚ ପାଇଁ ଯାଇଥିବା ବେଳେ ନଦୀରେ ପଥର ଟି ଭାସି ଆସୁଥିବାର ଦେଖିବାକୁ ପାଇଥିଲେ ।ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ଭାସୁଥିବା ପଥର ପାଖକୁ ସେହି ସମୟରେ ଗାଧୋଉଥିବା ଯୁବକମାନେ ଯାଇଥିଲେ । ବହୁ କଷ୍ଟ କରି ତାକୁ ପାଣିରୁ ଆଣିଥିଲେ । ପାଣିରୁ ଆଣିବା ପରେ ଏକ ବଡ ପାଣି କୁଣ୍ଡରେ ପଥରଟି ପକେଇବା ପରେ ପଥରଟି ବି ଭାସୁଥିବା ଦେଖିବାକୁ ମିଳିଥିଲା । ଏହି ଖବର ପ୍ରଚାରିତ ହେବା ପରେ ପଥରକୁ ପୂଜର୍ଜନା କରିଥିଲେ । ଏହି ଅଲୈାକିତ ଘଟଣାକୁ ଦେଖିବାକୁ  ଦେଖାଣଧାରି ଙ୍କ ଭିଡ ଲାଗିଛି ।

Leave A Reply

Your email address will not be published.