ବାରଙ୍ଗରେ ବାହର ରାଜ୍ୟର ଶ୍ରମିକ

0 232

ବାରଙ୍ଗ,୬/୬(ଏସଏସନିୟୁଜ) ଶୁକ୍ରବାରଦିନ ବାରଙ୍ଗ ଅଂଚଳକୁ ବାହାରରାଜ୍ୟରୁ ୨୭ଜଣ ଶ୍ରମିକ ଆସି ପହଁଚିଛନ୍ତି ।ସେମାନେ ଏକ ବିଲ୍ଡିଂ ନିର୍ମାଣ କାର୍ଯ୍ୟ କରିବାକୁ ଆସିଥିବାବେଳେ ଶୈାଚପାଇ ନଦୀକୁ ଯିବାପରେ ଏହି ଘଟଣା ପ୍ରଘଟ ହୋଇଥିଲା । ଯାହା ବାଗଙ୍ଗଅଂଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା ।ଏହି ଶ୍ରମିକମାନେ ବାରଙ୍ଗରେ ଅସି ରହିଥିଲେ ମଧ୍ୟ ବ୍ଲକ ପ୍ରଶାସନ ପାଖରେ କୈାଣସି ଖବର ନଥିବାରୁ ଚିନ୍ତାର ପରିମାଣ ଦ୍ୱଗୁଣିତ ହୋଇଥିଲା ।ଶନିବାରଦିନ ବାରଙ୍ଗଆଂଚଳିକ ଶାନ୍ତିମକିଟିର ସାଧାରଣସମ୍ପାଦକ ସୁରେଶଚନ୍ଦ୍ରମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ଏହି ଶ୍ର୍ରମିକମାନଙ୍କ ସହ କଥାବାର୍ତା ହେବା ସହ ସ୍ଥାନୀୟ ପଂଚାୟତ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବାର ଜଣାପଡିଛି ।

ଶୁକ୍ରବାରଦିନ ଏକ ବସ ଯୋଗେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ରୁ ୨୭ଜଣ ଶ୍ରମିକ ବାରଙ୍ଗବ୍ଲକ ଅର୍ନ୍ତଗତ ବେଲଗଛିଆ ପଂଚାୟତ ଅନ୍ତର୍ଗତ ନାରଣପୁର ପାଖରେ ଥିବା ଏକ ବିଲ୍ଡିଂ କାମପାଇଁ ଆସିଥିଲେ । ଏହି ଶ୍ରମିକମାନେ ଶୈାଚ ପାଇଁ ନିକଟସ୍ଥ କୁଆଖାଇକୁ ଯିବାପରେ ସ୍ଥାନୀୟଲୋକମାନଙ୍କ ନଜରକୁ ଆସିଥିଲେ ।ଗୋଷ୍ଠିସଂକ୍ରାମଣର ଆଶଙ୍କା କୁ ନେଇ ଭୟଭିତ ହୋଇଯାଇଥିଲେ ଅଂଚଳବାସୀ । ଏହାପରେ ବାହାର ରାଜ୍ୟର ଶ୍ରମିକମାନେ ବାରଙ୍ଗ ଅଂଚଳକୁ ଆସି ଲୁଚିକରି ରହିଥିବାର ଚର୍ଚ୍ଚା ଯୋରଧରିଥିଲା ।କିନ୍ତୁ ବଡ ଆର୍ଶ୍ଚର୍ଯ୍ୟର ବିଷୟ ଏହି ଶ୍ରମିକମାନଙ୍କ ଆସିବା ବିଷୟରେ ବ୍ଲକ ପ୍ରଶାସନ ପାଖରେ କୈାଣସି ଖବର ନଥିଲା ।ଶନିବାର ସକାଳେ ବାରଙ୍ଗଆଂଚଳିକଶାନ୍ତିମକିଟିର ସାଧରଣସମ୍ପାଦକ ସୁରେଶଚନ୍ଦ୍ର ମହାନ୍ତି ଙ୍କ ନତେୃତ୍ୱରେ ଏକ ପ୍ରତିନିଧିଦଳ ନରଣପୁର ଗ୍ରାମପାଖରେ ରହୁଥିବା ଏହି ଶ୍ରମିକମାନଙ୍କୁ ଭେଟିବା ସହ ସ୍ଥାନୀୟ ପଂଚାୟତର ଲୋକପ୍ରତିନିଧି ଓ ବ୍ଲକ ପ୍ରଶାସନର ଦୃଷ୍ଟିଆକର୍ଷଣ କରିଥିବାର ଜଣାପଡିଛି ।ବାରଙ୍ଗ ଅଂଚଳକୁ ବାହାର ରାଜ୍ୟର ଶ୍ରମିକମାନେ ଆସୁଥିବାବେଳେ ସେମାନଙ୍କ ବିଷୟରେ ବ୍ଲକ ଅଧିକାରୀମାନଙ୍କ ପାଖରେ ଖବର ନରହିବା ଆଶ୍ଚର୍ଯ୍ୟ ଲାଗୁଛି ।ଆଜି ଶ୍ରମିକମାନଙ୍କ ସହ ଆଲୋଚନା କରିବାପରେ ବ୍ଲକ ଓ ପଂଚାୟତକୁ ଜଣାଇଛୁ ବୋଲି ବାରଙ୍ଗଆଂଚଳିକଶାନ୍ତିମକିଟିର ସାଧରଣସମ୍ପାଦକ ସୁରେଶଚନ୍ଦ୍ରମହାନ୍ତି କହିଛନ୍ତି ।ଏହି ଶ୍ରମିକମାନେ ଦୋକାନ ବଜାର ସହ ଆଖପାଖରେ ବୁଲୁଥିବାର ଦୃଷ୍ଟିକୁ ଆସିବାପରେ ବିଡିଓଙ୍କୁ ଜଣାଇଛି ଦୃଷ୍ଠି ବୋଲି କହିଛନ୍ତି ବେଲଗଛିଆ ସମତିସଭ୍ୟ ଭୁପତିପାଣି ।

Leave A Reply

Your email address will not be published.