ପ୍ରଥମ ମାସର ଦରମା ଦାନକଲେ ପଦ୍ମିନୀ

0 253

କଟକ,୬/୬(ଏସଏସନିୟୁଜ)ମହାମାରୀ କରୋନାକୁ ମୁକାବିଲା କରିବାପାଇଁ ସରକାର ଙ୍କ ଉଦ୍ୟମ ଜାରିରହିଛି ।ଲକଡାଉନ ଓ ସଟଡାଉନକୁ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ସାଧାରଣଲୋକମାନେ ଅବୁଝା ହେଉଥିବାବେଳେ ଏବେ ପୁର୍ଣରୁପେ ସରକାରଙ୍କ ନିଷ୍ପତିକୁ ସମର୍ଥନ ଦେଉଥିବାର ଦେଖିବାକୁ ମିଳିଛି ।କେବଳ ଏତିକି ନୁହେ ବହୁ ବଦାନ୍ୟବ୍ୟକ୍ତିମାନେ କରୋନା ସହ ମୁକାବିଲାକରି ଯୋଦ୍ଧା ଓ ଆକ୍ରାନ୍ତମାନଙ୍କ ପାଇଁ ଆର୍ଥିକ ସହାୟତାର ହାତ ବଢାଇଥିବାର ଦେଖିବାକୁ ମିଳିଛି ।ଶନିବାରଦିନ ମୁଖ୍ୟମନ୍ତ୍ରୀଙ୍କ ରିଲିଫଫଣ୍‌ଡକୁ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଆଶାକର୍ମିୀ । ନାଁ ତାଙ୍କର ପଦ୍ମିନୀ ବେହେରା ।ଚାକିରି ନୁଆକୁ ପୋଷ୍ଠି ହୋଇଛନ୍ତି ବିଡାନାସୀ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶାକର୍ମିଭାବେ । ଚାକିରି ମିଳିବା ପୁର୍ବରୁ ଭଗବାନଙ୍କ ପାଖରେ ପ୍ରାର୍ଥନା ରହିଥିଲା ପ୍ରଥମମାସର ଦରମାରେ ମନ୍ଦିରରେ ପୁଜାର୍ଜନା କରିବା ସହ ଦୁଖିରଙ୍କିଙ୍କୁ ସେହିଦିନ ପ୍ରସାଦ ବାଂଟିବେ ।କିନ୍ତୁ ଏହିମହାମରୀ କରୋନାକୁ ମୁକାବିଲା କରିବା ପାଇଁ ସମସ୍ତେ ଅଂଟାଭିଡିଥିବା ବେଳେ ସେ ସାମିଲ ହେବାକୁ ମନନ୍ଥ କରିଥିଲେ ।ତାଙ୍କର ଚାକିରି ଜୀବନର ପ୍ରଥମମାସର ଦରମା କୋଭିଡ-୧୯ କାର୍ଯୟରେ ବିନିଯୋଗହେବ,ଏଥିନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ଫଣ୍ଡକୁ ପ୍ରଦାନ କରି ବେଶ ଖୁସି ଅନୁଭବ କରିଛନ୍ତି ପଦ୍ମିନୀ ।ପ୍ରଥମମାସର ଦରମା ୩ହଜାରେ୫ଶହ ଟଙ୍କା ର ଚେକ ସିଏମସି କମିସନରଙ୍କୁ ଭେଟି ସେ ଆଜି ପ୍ରଦାନ କରିଛନ୍ତି ।

CONTACT-satyasandhana.in, ph/ whatsApp -9937134189,facebook- satyasandhana ,mail- satyasandhana@gmail.com,ଲାଇକ୍ ଓ ସେୟାର କରନ୍ତୁ ।

Leave A Reply

Your email address will not be published.