ଓଡିଶା ରେ ଚାଲିବ କ୍ରୁଜ୍ ପାଣି ଜାହାଜ

0 655

ଭୁବନେଶ୍ଵର : ୬/୬ (ଏସ୍ଏସ୍ଏନ୍)  ରାଜ୍ୟର  ଚିଲିକା,ହୀରାକୁଦ,ମହାନଦୀ, ଭିତରକନିକା ଓ ସାତକୋଶିଆରେ କ୍ରୁଜ ପାଣି ଜାହାଜ ଚାଲିବ । ଏ ନେଇ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।  ପର୍ଯ୍ୟଟନ ଶିଳ୍ପକୁ ଏକ ନୂଆସ୍ତରକୁ ନେବା ପାଇଁ ରାଜ୍ୟ ସରକାର ଏ ନେଇ ଯୋଜନା କରିଛନ୍ତି  । ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟରେ  କ୍ରୁଜ ପାଣି ଜାହାଜ ଚଳାଇବାକୁ ଯୋଜନା କରାଯାଉଛି । ଏହି ସବୁ ସ୍ଥାନରେ କେବଳ ଦିନରେ ହିଁ ଚଳାଚଳ କରିବ କ୍ରୁଜ୍। ଜୁଲାଇ ୧୦ ସୁଦ୍ଧା ବିଭିନ୍ନ କ୍ରୁଜ୍ ପରିଚାଳକଙ୍କଠାରୁ ଏନେଇ ପ୍ରସ୍ତାବ ଆଗତ କରାଯିବ। ଏହାପରେ ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ସହ କେଉଁ ଅଞ୍ଚଳରେ କେତେ କ୍ରୁଜ୍ ଚାଲିବ ସେ ନେଇ ସମ୍ପୂର୍ଣ୍ଣ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.