ବର୍ଷେ ପୁରିବାକୁ ଦେଲେନି ନେଇଗଲେ ବିବେକର ଜୀବନ

0 370

ବାରଙ୍ଗ,୧୨/୪(ଏସଏସନିୟୁଜ)ଚାଲିଗଲା ବିବେକର ଜୀବନ ।ଆଉ ଗୋଟିଏ ଦିନ ପରେ ତାକୁ ବର୍ଷେ ଚାଲିଥାନ୍ତା ।କିନ୍ତୁ ବର୍ଷେ ନପୁରୁଣୁ ମଙ୍ଗଳବାର ଅପରାହ୍ନରେ ବିବେକ ନାମକ ସାଧାରଣବାଘଛୁଆର ମୃତ୍ୟୁ ଘଟିଛି ।ବିବେକ ହେଉଛି ନନ୍ଦନକାନନର ଅନ୍ୟତମ ଆକର୍ଷକ ସାଧରାଣରଙ୍ଗର ବାଘ ଛୁଆ ।ମା ମେଘା ଓ ବାପା ନନ୍ଦନ ଔରଷରୁ ଗତ ୧୪ଅପ୍ରିଲ୨୦୨୧ରେ ଜନ୍ମଗ୍ରହଣ କରି ୩୧ନଂ ଏନ୍‌କ୍ଲୋଜରରେ ରହିଥିଲା ।ଗତ ତିନିଦିନ ତଳେ ଛୋଟେଇଛୋଟେଇ ଚାଲୁଥିବାର ଦାୟିତ୍ୱରେ ଥିବା କର୍ମଚାରୀ ଆସି ଡାକ୍ତରମାନଙ୍କୁ ସୁଚନା ଦେଇଥିଲେ ।ସୁଚନା ପାଇ ଡାକ୍ତର ବିବେକକୁ ଚିକିସ୍‌ା ନକରି ଦେଖି ଫେରି ଆସିଥିଲେ ।କନ୍ତୁ ମଙ୍ଗଳବାରଦିନ ବିବେକ ଚାଲିବା ବଦଳରେ ଘୁଷୁଡିବା ସ୍ଥିତି ଉପୁଜିବାପରେ ଡାକ୍ତରମାନଙ୍କର ଚେତା ଉଦୟ ହୋଇଥିଲା ।ମଙ୍ଗଳବାରଦିନ ବିବେକକୁ ଏନକ୍ଲାଜେରରୁ ଡାକ୍ତରଖାନାକୁ ଅଣାଯାଇ ଏକ୍ସରେ କରାଯିବାପରେ ତାର ବାମପଟ ପିଚା ଭାଙ୍ଗିଯାଇଥିବାର ଜଣାପଡିଥିଲା ।ବାଘଟିର ବୟସ କମ ରହିଥିବାରୁ ଭଙ୍ଗା ହାଡ ଶିଘ୍ର ଯୋଡିହୋଇଯିବ ବୋଲିଭାବିଥିଲେ ।କିନ୍ତୁ ଅପରାହ୍ନରେ ବିବେକ ରକ୍ତବାନ୍ତି କରି ମୃତ୍ୟୁବରଣ କରିଥିବାର ଜଣାପଡିଛି ।ବୁଧବାର ତାର ବ୍ୟବଛେଦ ପରେ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି ଜଣାପଡିଛି ।

Leave A Reply

Your email address will not be published.