ବାତ୍ୟାର ରୂପ ନେବ ଲଘୁଚାପ , ୧୮ରେ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

0 245

ଭୁବନେଶ୍ୱର,୧୪/୫(ଏସ୍‌ଏସ୍‌ନିୟୁଜ) ଭାରତ ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳ ରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ବର୍ତମାନ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଂଚଳରେ well marked lowର ରୂପ ନେଇଛି ଜ୍ଝ ଏହି ବଳୟ ସହ ସଂଶ୍ଲିଷ୍ଟ ଘୁର୍ଣି ବଳୟ ବାୟୁମଣ୍ଡଳ ର ଟ୍ରପୋସ୍ପିୟର ମଧ୍ୟ-ଭାଗ ପର‌୍ୟ୍ୟନ୍ତ ଲମ୍ବିଛି । ଏହିwell marked low   ଘନୀଭୂତ ହୋଇ ଆସନ୍ତା କାଲି ୧୫ ତାରିଖ ବେଳକୁ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଗୋଟିଏ ଅବପାତ ର ରୂପ ନେବାର ସମ୍ଭାବନା ରହିଛି । ପରବର୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ବେଳକୁ ସେହି ଅଂଚଳରେ ସାମୁଦ୍ରିକଝଡ ର ରୂପ ନେବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ଼ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା ନିଜର ଦିଗ ପରିବର୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ୧୮ରୁ୧୯ ତାରିଖ ଯାଏ ଗତି କରିବାର ସମ୍ଭାବନା ରହିଛି. ।, ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ, ୧୮ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ଥିବାବେଳେ ୧୮ତାରିଖରେ ଉପକୂଳ ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି ଓ ୧୮ତାରିଖରେ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରିଛି ଭାରତ ପାଣିପାଗ ବିଭାଗ ।

Leave A Reply

Your email address will not be published.