ବୁଧବାର ପର୍ଯ୍ୟନ୍ତ ସଟ୍ ଡାଉନ ହେଲା ଦାଢାପାଟଣା

0 344

ବାରଙ୍ଗ ୩୧/୭(ଏସ୍‌.ଏସ୍‌.ନିୟୁଜ) ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ଦାଢ଼ାପାଟଣା ପଞ୍ଚାୟତରେ କରୋନା ପଜିଟିଭ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। କିଛି ଦିନ ପୂର୍ବେ ଉକ୍ତ ପଞ୍ଚାୟତର ଦାଢ଼ାପାଟଣା ଗ୍ରାମରେ ପ୍ରଥମ କରୋନା ରୋଗୀର ମୃତ୍ୟୁ ଘଟିଥିଲା।ପରବର୍ତ୍ତୀ ସମୟରେ ପୁଣି ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଉକ୍ତ ଦୁଇଜଣ ସଂକ୍ରମିତ ବ୍ୟକ୍ତି ହେଉଛନ୍ତି ବ୍ୟବସାୟୀ । ବାରଙ୍ଗ ଅଞ୍ଚଳରେ ଦାଢ଼ାପାଟଣା ଏକ ପ୍ରମୁଖ ବ୍ୟବସାୟ ଅଞ୍ଚଳ ହୋଇଥିବାରୁ ଏଠାକୁ ପ୍ରତିଦିନ ସହ ସହ ଲୋକଙ୍କ ଯାତାୟାତ ହୋଇଥାଏ।ଏଣୁ ଗୋଷ୍ଠୀ ସଂକ୍ରମଣ କୁ ଦୃଷ୍ଟିରେ ରଖି ଦାଢ଼ାପାଟଣା ସରପଞ୍ଚ ସ୍ୱର୍ଣ୍ଣଲତା ବିଶ୍ଵାଳ ଉକ୍ତ ଗ୍ରାମକୁ ଶୁକ୍ରବାର ମଧ୍ୟରାତ୍ର ୧୨ ଘଟିକା ଠାରୁ ବୁଧବାର ମଧ୍ୟରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି।ଏହି ସଟ୍ ଡାଉନ୍ ଅବଧି ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସରପଞ୍ଚ ଘୋଷଣା କରିଛନ୍ତି।
(ବାରଙ୍ଗରୁ -ଗୈାତମରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.