ବେକାର ହୋଇଗଲା ମାଂସଝୋଳ

ଘାସଫାର୍ମରେ କର୍ମଚାରୀଙ୍କର ଭୋଜିଭାତ ଆସର

ବାରଙ୍ଗ,୨୫/୭(ଏସଏସନିଉଜ) ଆଇନ ସାଧାରଣ ଲୋକଙ୍କ ପାଇଁ ,କିନ୍ତୁ କର୍ମଚାରୀମାଙ୍କ ପାଇଁ ନୁହେଁ ।ଯାହାକୁ ପ୍ରମାଣ କରିଛନ୍ତି ନନ୍ଦନକାନନର କର୍ମଚାରୀ ।ଜୀବଜନ୍ତୁମାନଙ୍କ ସୁରକ୍ଷା ସହ ପରିବେଶର ସୁରକ୍ଷା ପାଇଁ ନନ୍ଦନକାନନ ପରିସରରେ ବଣଭୋଜିକୁ ବନ୍ଦ କରାଯାଇ ବଟାନିକାର୍ଲଗାର୍ଡେନରେ ଏହାର ବ୍ୟବସ୍ଥା ହୋଇଛି ।ଏହାସତ୍ୱେ ନନ୍ଦନକାନନର କର୍ମଚାରୀମାନେ ଏହି ନୀୟମକୁ ଭାଙ୍ଗି ନନ୍ଦନକାନନ ପରିସରରେ ଥିବା ଘାସଫାର୍ମରେ ରବିବାରଦିନ ଭୋଜିର ଆସର କରିଥିବାର ଦେଖିବାକୁ ମିଳିଥିଲା ।କେତେଜଣ କର୍ମଚାରୀ ଖାଇଛନ୍ତି ଖବରପାଇଁ ସାମ୍ବାଦିକମାନେ ପହଁଚିଗଲେ ।ତାପରେ ଖାଇବା ବନ୍ଦ ହୋଇଗଲା,ବେକାର ହୋଇଗଲା ମାଂସଝୋଳର ସ୍ୱାଦ ।

ଘଟଣା ଟି ଘଟିଥିଲା ରବିବାରଦିନ ଦ୍ୱିହିପହରରେ ।ନନ୍ଦନକାନନ ପରିସରରେ ଥିବା ଘାସଫାର୍ମରେ କିଛି ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନେ ମାଂସ ଭୋଜି କରିଥିଲେ ।ଏହି ଭୋଜିକୁ ନନ୍ଦନକାନନର କିଛି ତଳିଆ ଅଧିକାରୀ ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ।ଠିକ ସମୟ ବେଳକୁ କିଛି ସାମ୍ବାଦିକ ଖବରପାଇ ଘାସଫାର୍ମ ପାଖରେ ପହଁଚିଯାଇଥିଲେ ।ହେଲେ ଘାସଫାର୍ମର ମୁଖ୍ୟ ଫାଟକରେ ତାଲାପଡିଥିବାରୁ ବାହାରେ ଅପେକ୍ଷା କରିଥିଲେ ।ନନ୍ଦନକାନନରୁ ଜଣେ ଅତିଥି ଭୋଜିଖାଇବାକୁ ଆସିଥିବାରୁ ମୁଖ୍ୟ ଫାଟକ ତାଲାଫିଟିବାପରେ ସାମ୍ବାଦିକମାନେ ତାଙ୍କ ସହ ଭିତରକୁ ଯାଇଥିଲେ ।ଯାଇଥିବା ଅତିଥି ଖାଇବେ କଣ ଫେରିଆସିଥିଲେ ।ସାମ୍ବାଦିକମାନେ ଦୀର୍ଘ ସମୟରହିବାପରେ ଆସିବାକୁ ଥିବା ଅତିଥିମାନେ ଆଉ ଆସିନଥିଲେ କି ବାକି ରହିଯାଇଥିବା କିଛି କର୍ମଚାରୀମାନେ ଖାଇପାରିନଥିଲେ ।ଯାହାକୁ ନେଇ କର୍ମଚାରୀମାନେ ସାମ୍ବାଦିକମାନଙ୍କ ଉପରେ ବିରକ୍ତିକରଭାବରେ ଏହିଭଳି ଭୋଜି କରି ଖାଉଥିବାର କହିଥିଲେ ।
ସୁଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସ ୧୪ତାରିଖରେ ଘାସ ର୍ଫାମରୁ ଅନାବଶ୍ୟକ ଲୁହା,ତମ୍ବାତାର,ପମ୍ପ କେବୁଲ ଆଦି ସାମଗ୍ରୀକୁ ଏକ ଟାଟାଏସି ଗାଡିରେ ଲଦି ଜଣେ କାର‌୍ୟରତ କର୍ମଚାରୀ ବାରଙ୍ଗରେ ଥିବା କବାଡିଆକୁ ବିକ୍ରି କରୁଥିବାବେଳେ ଧରାପଡିଥିଲେ।ତେବେ ହେଉଥିବା ଭୋଜି ପାଇଁ କୁଆଡୁଆସୁଛି ଟଙ୍କା ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏ ବିଷୟରେ ଷ୍ଟୋର ବିଭାଗରେଞର ଗଗନ ବିହାରୀ ମଲ୍ଲିକଙ୍କୁ ଭୋଜି ବିଷୟରେ ପଚାରିବାରୁ ସେ କହିଲେଯେ, ଭୋଜି କଥା ଜାଣିବାପରେ ଘଟଣା ସମ୍ପର୍କରେ ଘାସ ର୍ଫାମ ଦାୟିତ୍ବରେ ଥିବା ଫରେଷ୍ଟରକୁ ପଚାରିବାରୁ କର୍ମଚାରୀମାନେ ପ୍ରାୟ ସମୟରେ ରୋଷେଇକରି ଖାଉଛନ୍ତି ବୋଲି କହିଥିଲେ ।

- Advertisement -

Leave A Reply

Your email address will not be published.