ଭକ୍ତ ଦାସିଆ ପୀଠରେ ଗଣେଶ ପୂଜା

0 722

ସାକ୍ଷୀଗୋପାଳ ,୨୨/୮ (ଏସ ଏସ ନିୟୁଜ ) ଭକ୍ତ ଶିରୋମଣୀ ଦାସିଆଙ୍କର ଜନ୍ମ ଓ ସାଧନା ପୀଠରେ ଅବସ୍ଥିତ ଶ୍ରୀ ବିନାୟକଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପାରମ୍ପରିକ ରୀତିରେ ଅନୁଷ୍ଟିତ ହୋଇଯାଇଛି । ମୂଖ୍ୟ ପୁଜକ ଶ୍ରୀ ଲକ୍ଷ୍ମୀଧର ପାଢୀ ଙ୍କ ସହିତ ମାନସରାମ ମିଶ୍ର ଓ ନାରାୟଣ ରଥ ପୂଜାକାର‌୍ୟ୍ୟ ସମ୍ପାଦନ କରିଥିଲେ । ଅନୁଷ୍ଠାନର ସଭ୍ୟ ଶ୍ରୀ ସରୋଜ କୁମାର ସାହୁ ପୂଜାରେ କର୍ତ୍ତା ହୋଇଥିଲାବେଳେ ସ୍ଥାନୀୟ କମିଟି ର ସଦସ୍ୟମାନେ ଶ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ, ସନାତନ ବିଶ୍ୱାଳ, ଯୁଧିଷ୍ଠିର ପରିଡା, ଚରଣ ପରିଡା, ରମେଶ ଚନ୍ଦ୍ର ପ୍ରଧାନ, ପ୍ରତାପ ଦାସ, ଅକ୍ଷୟ ବେହେରା, ସୃୟଂ ପ୍ରକାଶ ପରିଡା, କୃଷ୍ଣଚନ୍ଦ୍ର ଲେଙ୍କା ଉପସ୍ଥିତ ରହିଥିଲେ । ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଡକ୍ଟର ଘନଶ୍ୟାମ ସ୍ବାଇଁ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓ ଶେଷରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.