ଭାଙ୍ଗିଲା ୧ ନମ୍ବର ଫାଟକ

0 388

ବାରଙ୍ଗ ,୧୩ /୮ (ଏସ ଏସ ନିୟୁଜ )ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲ କାନପୁର ଠାରେ ରହିଛି  ସାଇଫନ୍ ।ଏହି ଠାରୁ ଜଳଧାରାକୁ ନିୟନ୍ତ୍ରଣ  କରାଯାଇ ପ୍ରାଚିଡିଭିଜନ ମୁଣ୍ଡଳି ପକ୍ଷରୁ କୁଆଖାଇ ନଦୀ ସମେତ ପାର୍ଶ୍ଵ କେନାଲ କୁ ପାଣି ଛଡ଼ାଯାଇଥାଏ ।କାନପୁର ସାଇଫନ୍ ର ଉଭୟ ପାର୍ଶ୍ଵ ରେ ଥିବା ପ୍ରାୟ ୨୧ ଟି ଫାଟକ ମଧ୍ୟରୁ କୁଆଖାଇ ନଦୀକୁ ସଂଯୋଗ କରୁଥିବା ସାଇଫନ୍  ର ୧ ନମ୍ବର୍ ଫାଟକ ଗୁରୁବାର ସକାଳେ ହଠାତ୍ ଭାଙ୍ଗିଯାଇ ଥିଲା ।ଫଳରେ ନଦୀରେ ଘନ ଘନ ଜଳ ପ୍ରବାହିତ ହେବାକୁ ଲାଗିଥିଲା।ନଦୀରେ ଗାଧଉଥିବା ଓ ମାଛ ଧରୁଥିବା ଲୋକ ଭୟରେ ସଙ୍ଗେ ସଙ୍ଗେ ପାଣିରୁ ଉପରକୁ ଉଠି ଆସିଥିଲେ। ଏତଦବ୍ୟତୀତ ସେଥିମଧ୍ୟରୁ କେତୋଟି ଫାଟକ ରେ ଲୁହାର ଛଡ ଦିଆଯାଇ ଥିବାର ମଧ୍ୟ ଦେଖାଯାଇଛି।ପୋଲ ର ଉଭୟ ପାର୍ଶ୍ଵ ର ବାଡ଼ ମଧ୍ୟ ଦୁର୍ବଳ ହୋଇଯିବା ସହ ବିଭିନ୍ନ ସ୍ଥାନରେ ଗଛ ଲତା ମାନ ଉଠି ଥିବାର ଦେଖିବାକୁ ମିଳିଛି  ପୋଲୋକୁ ଆହୁରି ଦୁର୍ବଳ କରିବାରେ ଲାଗିଲାଣି ।ଏହି ଫାଟକର  ତଳ ପଟରୁ ଭାଙ୍ଗିଥିବାର ଜଣାପଡିଥିଲା ।ଏହି ଖବର ପ୍ରଚାରିତ ହେବ ପରେ ଆଖ ପାଖ ଗ୍ରାମର ଦେଖଣାହାରୀଙ୍କର ଭିଡ ଲାଗିରହିଥିଲା ।ଖବର ପାଇ ତୁରନ୍ତ ଜଳସେଚନ ବିଭାଗ ଜେ.ଇ, ଏସ ଡି ଓ,ଟେକ୍ନିକାଲ ଇଞ୍ଜିନିୟର ଆଦି ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ।ଘଟଣାର ଦୁଇ ଦିନ ମଧ୍ୟରେ ଏହା ଉପରେ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି ଏସ ଡି ଓ  ଏ.ଜି ପଟ୍ଟନାୟକ ସୂଚନା ଦେଇଛନ୍ତି। (ବାରଙ୍ଗରୁ ଗୌତମ ରାଉତ ଙ୍କ ରିପୋର୍ଟ )

Leave A Reply

Your email address will not be published.