ଭୁବନେଶ୍ୱରରୁ ଡକାୟତ ଗ୍ୟାଙ୍ଗକୁ କାବୁ କଲା ସମ୍ବଲପୁର ପୁଲିସ

0 340

ଭୁବନେଶ୍ୱର,୧୯/୧୧(ଏସଏସନିୟୁଜ) କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ସହାୟତାରେ ସମ୍ବଲପୁର ପୁଲିସ ଏକ ଡକାୟତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୮ଜଣଙ୍କୁ ପୁଲିସ ଉଠାଇ ନେଇଛି ।ଗତ୯ ତାରିଖରେ ୟୁନିୟନ ବ୍ୟାଙ୍କ ଲଇମୁରା ଶାଖାର କର୍ମଚାରୀ ମାନେ ନଗଦ ୩୫ ଲକ୍ଷ ଟଙ୍କା ନେଇ ସମ୍ବଲପୁରରୁ ଏକ ଗାଡିରେ ଫେରୁ ଥିବାବେଳେ ଭୋଜପୁର ନିକଟସ୍ଥ କୁଚିଣ୍ଡା ଥାନା ଅନ୍ତର୍ଗତ ଠୁଣ୍ଟିପିପଲ୍ ନିକଟରେ ବନ୍ଧୁକ ଦେଖାଇ ଗାଡିରେ ଥିବା କର୍ମଚାରୀଙ୍କଠାରୁ ୬ଜଣ ବାଇକ ଆରୋହିଆସି ଟଙ୍କାଭର୍ତିବ୍ୟାଗ ଲୁଟିନେଇଯାଇଥିବାର ଥାନାରେ ଅଭିଯୋଗ ହୋଇଥିଲା ।ଏହି ଆଧାରରେ ସମ୍ବଲପୁରର ଏକ ଟିମ୍ ସ୍ପେଶାଲ ସ୍କ୍ୱାର୍ଡ ସହାୟତାରେ ଭୁବନେଶ୍ୱରରୁ ଏହି ଘଟଣାର ମାଷ୍ଟରମାଇଣ୍ଡ ସହ ୮ଜଣଙ୍କୁ ଧରିବା ସହ ସେମାନଙ୍କୁ ସାଙ୍ଗରେ ନେଇଯାଇଥିବାର ଜଣାପଡିଛି ।ସେମାନଙ୍କଠାରୁ କାର ବାଇକ ଓ ଟଙ୍କା ଜବତ କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.