ଭୁଜାଲି ଦେଖାଇ ମାଛ ବ୍ୟବସାୟୀଙ୍କଠାରୁ ଲୁଟ୍‌

ଭୁବନେଶ୍ୱର,୫/୨(ଏସଏସନିଉଜ)ଗତକାଲି ବିଳମ୍ବିତ ରାତିରେ କଳ୍ପନା ଛକ ନିକଟରେ ୪ଜଣ ଦୁବୃର୍ତ୍ତ ଭୁଜାଲି ଦେଖାଇ ଦୁଇ ମାଛ ବ୍ୟବସାୟୀଙ୍କଠାରୁ ଲୁଟ୍ କରିଥିବାର ବରଗଡ ଥାନାରେ ଲିଖିତ ଅଭିଯୋଗ ହୋଇଛି ।ଲୁଟର ଶିକାର ହୋଇଛନ୍ତି ବାଳକାଟୀ ଅଞ୍ଚଳର ଦୁଇ ମାଛ ବ୍ୟବସାୟୀ ଅରୁଣ କୁମାର ବେହେରା ଓ ତ୍ରିଲୋଚନ ବେହେରା ।ଏହି ଦୁଇଜଣ ବ୍ୟବସାୟୀ ନିଜ ଓଡି-୦୨ ବିଜି- ୦୧୫୨ ନଂ  ସ୍କୁଟିଡିକିରେ ୪୫ହାଜର ଟଙ୍କା ରଖି ରଖି ୪ନମ୍ବର ମାଛ ମାର୍କେଟକୁ ଆସୁଥିଲେ ।ଆସୁଥିବା ବେଳେ ୪ଜଣ ଦୁର୍ବୁତ ସେମାନଙ୍କୁ କଳ୍ପନା ଛକ ପାଖରେ ରୋକି ଭୁଜାଲି ଦେଖାଇ ଭୟଭିତ କରିବାପରେ ସେମାନେ ଗାଡି ଛାଡି ପଳାଇଯାଇଥିଲେ ।ଏହି ସମୟରେ ଗାଡିନେଇ ଫେରାର ହୋଇଯାଇଥିଲେ ଦୁର୍ବୁତ ।

- Advertisement -

Leave A Reply

Your email address will not be published.