ଭୁଲ୍ ଇଞ୍ଜେକସନ୍ ନେଲା ନାବାଳକର ଜୀବନ

ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ବର,୩।୭(ଏସଏସନିଉଜ)ଭୁଲ୍ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି। କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଏହିଭଳି ଘଟଣା ଘଟିଛି।ଯାହାକୁ ନେଇ ଏକ ଘରୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ଏକ ଅପରେସନ ପାଇଁ ୧୪ ବର୍ଷୀୟ ନାବାଳକ ମେଡିକାଲ ଆସିଥିଲେ। ଅପରେସନ୍ ପୂର୍ବରୁ ଇଞ୍ଜେକସନ୍ ଦିଆଯାଇଥିଲା। ଇଞ୍ଜେକସନ୍ ଦିଆଯିବା ପରେ ମୃତ୍ୟୁ ଅଭିଯୋଗ କରିଛନ୍ତି ପରିବାର ଲୋକ।ଏହାପରେ ମୃତଦେହକୁ ପରିବାର ଲୋକ ମେଡିକାଲ ଆଗରେ ରଖି ନ୍ୟାୟ ଦାବି କରିଛନ୍ତି।

- Advertisement -

Leave A Reply

Your email address will not be published.