ବିହାର ରେ ହେବ ବିଧାନସଭା ନିର୍ବାଚନ

0 486

ନୂଆଦିଲ୍ଲୀ ୨୮/୮(ସତ୍ୟସନ୍ଧାନ ଡେସ୍କ) ବିହାରରେ ବିଧାନସଭା ନିର୍ବାଚନ ପାଇଁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ନିର୍ବାଚନ ରୋକିବା ଲାଗି ଅବିନାଶ ଠାକୁର କରିଥିବା ଆବେଦନ ଉପରେ ଶୁକ୍ରବାର ଶୁଣାଣି ବେଳେ ନିର୍ବାଚନ କମିଶନକୁ ଏହି ଅନୁମତି ମିଳିଛି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଦେଶରେ କରୋନା ବ୍ୟାପିଥିଲେ ସୁଦ୍ଧା ନିର୍ବାଚନକୁ ଟାଳି ହେବ ନାହିଁ । ଦେଶର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ପରେ ବିହାର ବିଧାନସଭା ସମେତ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଥିଲା ।

Leave A Reply

Your email address will not be published.