ବିଜୟ ମାଲ୍ୟାଙ୍କୁ ଝଟକା

0 248

ଭୁବନେଶ୍ୱର,୧୯/୫(ଏସଏସନିୟୁଜ) ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟଙ୍କଠାରୁ ଲାଗିଛି ବଡ ଝଟକା । ମଙ୍ଗଳବାର ଦିନ ହାଇକୋର୍ଟ ଆବେଦନକୁ ଖାରଜ କରିଛନ୍ତି । ଏହି ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପାଇଁ ଟଙ୍କା ଫେରସ୍ତ ହେବାର ଏକ ନୂଆ ଆଶା ସଞ୍ଚାର ହୋଇଛି । କୋର୍ଟ ମାଲ୍ୟାଙ୍କ ସମ୍ପତ୍ତି ଉପରେ ସୁରକ୍ଷା କଭର ହଟାଇ ଦେଇଛନ୍ତି । ଲଣ୍ଡନ ହାଇକୋର୍ଟର ଏହି ନିଷ୍ପତ୍ତି ବିଜୟ ମାଲ୍ୟାଙ୍କ ପାଇଁ ଏକ ବଡ ପ୍ରତିବନ୍ଧକ ବୋଲି ଚର୍ଚ୍ଚା ହେଉଛି । ସୂଚନା ଥାଉକି, ଭାରତୀୟ ବ୍ୟାଙ୍କଗୁଡ଼ିକୁ ୯୦୦ କୋଟି ଟଙ୍କା ଠକେଇ କରିବା ପରେ ମାଲ୍ୟା ବିଦେଶ ପଳାଇଯାଇଥିଲେ । ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ସ ବର୍ତ୍ତମାନ ବନ୍ଦ ହୋଇଯାଇଛି । ବର୍ତ୍ତମାନ ଭାରତୀୟ ବ୍ୟାଙ୍କଗୁଡ଼ିକ ଭାରତରେ ମାଲ୍ୟାଙ୍କ ସମ୍ପତ୍ତି ଜବତ କରି ଋଣ ଫେରସ୍ତ କରିବାକୁ ସକ୍ଷମ ହେବେ । ଏହାପୂର୍ବରୁ ଇଣ୍ଡିଆନ୍ ଷ୍ଟେଟ୍ ବ୍ୟାଙ୍ଗଙ୍କ ନେତୃତ୍ୱରେ ଏକ କନ୍ସୋର୍ଟିୟମ୍ ଏପ୍ରିଲ୍ ମାସରେ ଲଣ୍ଡନ ହାଇକୋର୍ଟରେ ଶୁଣାଣି ସମୟରେ ପଳାତକ ବ୍ୟବସାୟୀଙ୍କୁ ଦେବାଳିଆ ଘୋଷଣା କରିବାକୁ ଦୃଢ ଚେଷ୍ଟା କରିଥିଲା !

Leave A Reply

Your email address will not be published.