ବିନା ମାକ୍ସ୍‌ରେ ବୀରଗୋବନ୍ଦପୁର ଗ୍ରାମକୁ ପ୍ରବେଶ ମନା

0 291

ସାକ୍ଷୀଗୋପାଳ,୧୨/୧୧(ଏସ୍‌ଏସ୍‌ନିୟୁଜ)ମାସ୍କ ନାହିଁତ ପ୍ରବେଶ ନାହିଁ ।ଏହିଭଳି ନୀୟମ ବୀରଗୋବିନ୍ଦପୁର ମହାଜନ କୋଠ ପକ୍ଷରୁ ନିଷ୍ପତି କରାଯାଇଛି ।ଆଉ ଦିନ କେଇଟା ପରେ କାଳୀପୁଜା ହେବାକୁ ଯାଉଛି ।କରୋନା ମହାମାରୀ ପାଇଁ କାଳୀପୁଜା ମଧ୍ୟ ଫିକା ପଡିବାକୁ ଯାଉଛି ।ତେବେ ପୁରୀଜିଲ୍ଲାର ବେଶ ଖ୍ୟାତାନାମା ତନ୍ତ୍ରପୀଠ ହେଉଛି ସତ୍ୟବାଦୀ ବ୍ଳକର ବୀରଗୋବିନ୍ଦପୁର ମା ଦକ୍ଷୀଣକାଳୀ ମନ୍ଦିର ।ଏଠି ମା ଙ୍କ ପୀଠରେ ସ୍ୱତନ୍ତ୍ର ନିତୀକାନ୍ତିରେ କାଳୀପୁଜା କରାଯାଇଥାଏ ।ଅନ୍ୟଦିନରେ ମା ପଟ୍ଟଚିତ୍ରରେ ପୁଜାପାଉଥିବାବେଳେ କାଳୀପୁଜାରେ ମାଙ୍କର ମୃଣୟମୁର୍ତି କରାଯାଇଥାଏ । ପୀଠର ଏହା ପ୍ରସିଦ୍ଧ ପର୍ବ ହୋଇଥିବାରୁ ଭକ୍ତମାନଙ୍କର ଦୁଇଦିନ ଧରି ନାହିଁନଥିବା ଭିଡ ରହିଥାଏ । ତେବେ କରୋନା ସମୟରେ ମାଙ୍କର ଏହି ପୁଜାର୍ଜନା ଦେଖିବାପଇଁ ଆସିବାକୁ ଥିବା ଭକ୍ତମାନଙ୍କ ମୁହଁରେ ମାସ୍କ ନଥିଲେ ଗ୍ରାମମଧ୍ୟକୁ ପ୍ରବେଶ କରାଇଦିଆଯିବନାହିଁ ବୋଲି ପାଇଁ ଯୋଗୁ ବୀରଗୋବିନ୍ଦପୁର ମହାଜନ କୋଠ ପକ୍ଷରୁ ନିଷ୍ପତି ନିଆଯାଇଛି ।ତେବେ ଗ୍ରାମବାସୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ବାହାରୁ ଆସୁଥିବା ଭକ୍ତମାନେ ଏଦୀଗରେ ସହଯୋଗ କରିବାକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.