ବିସ୍ମୟ ବାଳକ କିଶୋର

ଖବର ଆଜିର,ତାରିଖ ୩୦-୧୨-୨୦ ବୁଧବାର।

0 358

୧-କେନ୍ଦ୍ରାପଡ଼ା-ବିସ୍ମୟ ବାଳକ କିଶୋର; ବୟସ ୬, ଦିନକୁ ଦୌଡୁଛନ୍ତି ୨୪ କିମି।
୨-ବ୍ରିଟେନରୁ ଫେରି ଟ୍ରେନ ଯୋଗେ ଆନ୍ଧ୍ର ଯାଇଥିବା ମହିଳା କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ।
୩-ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ପହଞ୍ଚିଲା ୨୧ ଲକ୍ଷ ସିରିଞ୍ଜ: କୋଭିଡ୍ ଭ୍ୟାକ୍ସିନ୍ ପାଇଁ ଡାଟାବେସ୍ ପ୍ରସ୍ତୁତ ।
୪-ଆଜି ସରକାର-କୃଷକ ସଂଗଠନ କଥାବାର୍ତ୍ତା; ଆଇନ ପ୍ରତ୍ୟାହାର ଦାବିରେ ଅଟଳ କୃଷକ ।
୫-ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ବଡ ନିଷ୍ପତି : କୃଷକଙ୍କ ଦାବି ପ୍ରସଙ୍ଗରେ ୨୦୨୧ରେ ଶେଷ ଆମରଣ ଅନଶନ ଆରମ୍ଭ କରିବେ ।
୫-ସିବିଆଇ ପଞ୍ଝାରେ ଜିଏସଟିର ୩ ଅଧିକାରୀ। ରାଉରକେଲାର ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ସିବିଆଇ।
୬-ଭିଡିଓ କନଫରେନ୍ସିଂ ଜରିଆରେ ୩୧ ଡିସେମ୍ବର ଦିନ ଗୁଜୁରାଟର ରାଜକୋଟରେ ପ୍ରଧାନମନ୍ତ୍ରୀ ମୋଦୀ AIIMS ର ଭିତ୍ତପ୍ରସ୍ତର ସ୍ଥାପନ କରିବେ ।
୭-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ବିଶ୍ୱ ଟୀକା ଓ ଟୀକାକରଣ ପରିଷଦର ସଦସ୍ୟ ମନୋନୀତ ।
୮-କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୪ଟି ରାଜ୍ୟ ଯଥା ଆସାମ, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ଗୁଜରାଟରେ କରୋନା ଟିକାକରଣ ପାଇଁ ଯେଉଁ ଦୁଇଦିନିଆ ଡ୍ରାଏ ରନ୍‍ (ଅଭ୍ୟାସ ପ୍ରକ୍ରିୟା) କରାଯାଇଥିଲା ତାହା ସଫଳତାର ସହ ଶେଷ ହୋଇଛି ।
୯-ବାଇଡେନଙ୍କ ଚୀନ ଚାପୁଡା ସଙ୍କେତ । ଆମେରିକା- ଚୀନ ସମ୍ପର୍କକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ନବ-ନିର୍ବାଚିତ ରାଷ୍ଟ୍ରପତି । କହିଲେ, ବେଜିଂର ସାମ୍ନା କରିବାକୁ ଏକାଠି ହୁଅନ୍ତୁ ସମାନ ଚିନ୍ତାଧାରାର ରାଷ୍ଟ୍ର ।
୧୦-ଗୋଟିଏ ଜାଗାରେ ପାଖାପାଖି ଅନୁଭବ-ବର୍ଷା । ମହିଳା କମିଶନଙ୍କ ଆଗରେ ହାଜର ହେଲେ ଅନୁଭବ, ଅଧ୍ୟକ୍ଷାଙ୍କ ଆଗରେ ରଖିଲେ ପକ୍ଷ ।
୧୧-ଡନ୍ ଛୋଟା ରାଜନ ଏବଂ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ଡାକଟିକେଟ ଜାରି କଲା କାନପୁର ଡାକ ବିଭାଗ – ଅଧିକାରୀ ନିଲମ୍ବିତ ।
୧୨-ଭୁବନେଶ୍ୱରରେ ୧୯୫୦ଟି ଦୋକାନ ଉପରେ ଚଢ଼ାଉ, ୧ ଲକ୍ଷ ୬୧ ହଜାର ଟଙ୍କା ଜରିମାନା ଆଦାୟ
୧୩-କୋରାପୁଟ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ; ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦
୧୪-ସୂରଜ ବଡଯାତ୍ୟାଙ୍କ ସିନେମାରେ ଆସିବେ ଅମିତାଭ ବଚ୍ଚନ, ଫ୍ୟାମିଲି ଡ୍ରାମାରେ ଲିଡ୍ କରିବେ ବିଗ ବି ।
୧୫-ତମେ କିଛି ବିଧାୟକଙ୍କୁ କିଣିପାରିବ, କିନ୍ତୁ ତୃଣମୂଳ କଂଗ୍ରେସକୁ ନୁହେଁ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.