ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

0 162

ଭୁବନେଶ୍ୱର,୫/୬(ଏସଏସନିୟୁଜ) ଆଜି ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟା ବେଳେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଜୈବ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଥିମ୍ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ୨୦୨୦-୨୫ ମଧ୍ୟରେ ଦେଶରେ ଇଥେନାଲ୍ ବ୍ୟବହାରକୁ ନେଇ ଏକ ରୋଡମ୍ୟାପ୍ ଜାରି ହୋଇଛି। ପେଟ୍ରୋଲ କମ୍ପାନି ଗୁଡିକୁ ଇଥେନାଲ୍ ମିଶ୍ରିତ ପେଟ୍ରୋଲ ବିକ୍ରି କରିବା ନେଇ ନିର୍ଦ୍ଦେଶ ହୋଇଛି!.ଏହି ଅବସରରେ ମହାରାଷ୍ଟ୍ରର ପୁଣେରେ ଋ-୧୦୦ ଇଥାନଲ ଉତ୍ପାଦନ ପାଇଲଟ୍ ପ୍ରୋଜେର ଶୁଭ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ। ୨୦୨୩ ଏପ୍ରିଲ ସୁଦ୍ଧା ଭାରତର ତୈଳ କମ୍ପାନି ଈଓଝ ଦ୍ୱାରା ନିର୍ଦ୍ଧାରିତ ଇଥେନାଲ୍ ମିଶ୍ରିତ ପେଟ୍ରୋଲ ବିକ୍ରି କରିବେ। ତୈଳ ଚାହିଦା ଓ ଇଥନେଲ୍ ଉତ୍ପାଦନ ଉପରେ ଏହାର ଭଲ ପ୍ରଭାବ ପଡ଼ିବ। ଆଜିର ଏହି କାର‌୍ୟ୍ୟକ୍ରମକୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ଏବଂ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଥିଲା!.

Leave A Reply

Your email address will not be published.