ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବାରଙ୍ଗ,୧୨।୧୨(ଏସଏସନିଉଜ୍)ଶୁକ୍ରବାର ଦିନ ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ପକ୍ଷରୁ ବାରଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏହି ବିକ୍ଷୋଭରେକମିଟି ପକ୍ଷରୁ ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଉନ୍ନତମାନର ଚିକିତ୍ସାର ବନ୍ଦୋବସ୍ତ ସହ ଆବଶ୍ୟକୀୟ ଶଯ୍ୟାର ବ୍ୟବସ୍ଥା କରିବା, ବ୍ଲକରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ଓଡିଆ ପ୍ରାଥମିକ ବିଦ୍ୟାଳୟ ତୁରନ୍ତ ଖୋଲିବା, ବାରଙ୍ଗ ବ୍ଲକରେ ଶୀତଳ ଭଣ୍ଡାର ତୁରନ୍ତ ନିର୍ମାଣ କରିବା ସହ ବ୍ଲକର ସମସ୍ତ ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରିବା, ବିଦ୍ୟୁତସେବାର ଘରୋଇକରଣ ବନ୍ଦ କରିବା, ବିଜୁଳୀ ଦେୟ ହ୍ରାସ କରିବା, ପ୍ରିପେଡ ସ୍ମାର୍ଟ ମିଟର ବନ୍ଦ କରିବା, ପ୍ରତ୍ୟେକ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାର ବନ୍ଦୋବସ୍ତ କରିବା, ସବୁ ଗ୍ରାମରେ ଡ୍ରେନେଜ୍ ବ୍ୟବସ୍ଥା କରିବା ସହ ତା’ର ସଫେଇର ସୁବନ୍ଦୋବସ୍ତ କରିବା, ମଦ ମାଦକ ଦ୍ରବ୍ୟକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଓ ଦରଦାମ ବୃଦ୍ଧି ବନ୍ଦ କରିବା ଆଦି ଦାବିମାନ ଉତ୍ଥାପିତ କରାଯାଇଥିଲା।

- Advertisement -

Leave A Reply

Your email address will not be published.