ପଣ୍ଡାକୁଦିଆ ଗୁଳି ଓ ବୋମାମାଡ ଘଟଣା

ବନ୍ଧୁକ ବେପାରୀ ଗିରଫ

ମେଣ୍ଢାଶାଳ,୯ା୭(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀ ଜମି ଜବର ଦଖଲ ଓ ବୋମାମାଡ ସହ ଗୁଳିକାଣ୍ଡର ଚାରିମାସ ପରେ ବୁଧବାର ଚନ୍ଦକା ପୋଲିସ ବନ୍ଧୁକ ଯୋଗାଇ ଥିବା ବେପାରୀକୁ ଗିରଫ କରି କୋଟ ଚାଲାଣ କରିଛି ।
ପୋଲିସ ସୂଚନା ମୁତାବକ ଗତ ମାର୍ଚ୍ଚ ମାସ୯ ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣାବିକାକୁ ନେଇ ଦୁଇଗୋଷ୍ଠୀ ମୁଁହାମୁଁହି ହୋଇଥିଲେ । ଗୁଳିଚାଳନା ସହ ବୋମାମାଡ ବି ହୋଇଥିଲା । ଗୁଳିମାଡରେ ଭରତପୁର ଅଂଚଳର ସୋମନାଥସାହୁଙ୍କ ଜଙ୍ଘରେ ଗୁଳି ବାଜିଥିଲା । ସେହି ଘଟଣାରେ ଆଜି ବେଗୁନିଆ ଥାନା ଦଳକ ଗ୍ରାମର ରାଜ କିଶୋର ବଳିୟାରସିଂହ (୩୧)କୁ ଗିରଫ କରି କୋର୍ଟଚାଲାଣ କରିଛି ଚନ୍ଦକା ପୋଲିସ । ବୁଧବାର ସକାଳେ ରାଜକିଶୋର ବଳିଆରସିଂ ଓରଫ ରାଜୁଙ୍କୁ ପିତାପଲ୍ଲୀ ଛକ ନିକଟରୁ ଗିରଫ କରିଥିଲା ଏବଂ ତାଙ୍କ ନିକଟରୁ ଏକ ସାମସଙ୍ଗ ମୋବାଇଲଫୋନ୍ ଜବତ କରାଯାଇଥିଲା।ମୋବାଇଲଫୋନ୍‌ରେ ବନ୍ଧୁ ମଡେଲ୍ ବିବରଣୀ ଏବଂ ଗ୍ରାହକମାନଙ୍କ ସହିତ ସେୟାର କରାଯାଇଥିବା ସିରିଏଲ୍ ନମ୍ବର ଥିବା ଜଣାପଡ଼ିଛି, ଯାହା ଅବୈଧ ଅସ୍ତ୍ରଶସ୍ତ୍ର ବ୍ୟବସାୟରେ ସମ୍ପୃକ୍ତିକୁ ସୂଚିତ କରିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ରାଜଧାନୀ ଉପକଣ୍ଠରେ ଏବେ ସରକାରୀ ଜମି ଜବରଦଖଲ ବଢ଼ି ଚାଲିଛି । ପ୍ରଶାସନ ଏଥିନେଇ କୌଣସି ପଦକ୍ଷେପ ନନେବାରୁ ମାଫିଆମାନେ ଏହି ଜମିକୁ ବିକି ଓ ଦଖଲଦେଇ ମାଲାମାଲ ହେବା ସହ ଅଂଚଳରେ ଅରାଜକତା ବଢୁଥିବାର ଅଭିଯୋଗମାନ ହେଉଅଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.