ବ୍ରାଉନ୍ ସୁଗାର ବେପାରୀ ଙ୍କୁ ଧରିଲା ଇନ୍ ଫୋସିସ ପୋଲିସ

0 335

ଭୁବନେଶ୍ବର,୨/୧୨(ଏସଏସନିୟୁଜ)ଇନ୍ ଫୋସିସ ଥାନା ଅଞ୍ଚଳରେ ଡ୍ରଗ୍ସ ବେପାରୀମାନେ ସେମାନଙ୍କ କାୟା ବିସ୍ତାର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏମାନଙ୍କୁ ଦମନ କରିବା ସହ ସାବାଡ କରିବାପାଇ ପୋଲିସ ମଧ୍ୟ ଉଦ୍ୟମ ଆରମ୍ଭ କରିଛି ।ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ପୋଲିସ ପାଖକୁ ଖବର ଆସି ପହଞ୍ଚିଲା ଯେ ,ପଟିଆ ଷ୍ଟେସନ ରାସ୍ତାର ନିନୋ ପାଟ୍ରୋଲିଂ ପମ୍ପ ନିକଟରେ ବ୍ରାଉନ୍ ସୁଗାର ଏହାକୁ ବିକ୍ରୟ କରିବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି |ଥାନା ଆଇ ଆଇ ସି ବିଶ୍ଵରଞ୍ଜନ ସେନାପତି କାଳବିଳମ୍ଭ ନକରି ସଦଳବଳେ ଚଢାଉ କରି ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ୭ ଗ୍ରାମ ବ୍ରାଉନ ସୁଗାର, ନଗଦ୪୭ହଜାରେ ଟଙ୍କା , ସାତଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ମାରୁତି ସୁଜୁକି କାର କୁ ଜବତ କରିବା ସହ ୧୭୭/୨୦ କେସ ନମ୍ବର ରେ u / s -21 (b) / 25 NDPS ଆକ୍ଟ ଅନୁଯାୟୀ ପଞ୍ଜିକୃତ କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.