ବ୍ରିଜ୍ ରୁ ଖସି ବୃଦ୍ଧ ମୃତ୍ୟୁ ଘଟଣା:କ୍ଷତିପୁରଣ ଦାବିରେ ରାସ୍ତାରୋକ

0 438

ଭୁବନେଶ୍ବର:୧୯/୧୨(ଏସଏସ ନିଉଜ) ବୁଧବାର ସଂନ୍ଧ୍ୟା ସମୟରେ  ଡେଲାଙ୍ଗ  ହାଟରୁ ପଟଣପୁର ଗ୍ରାମର କେଲୁଚରଣ ସାହୁ(୭୦) ସଉଦାପତ୍ର କିଣି ଘରକୁ ଫେରୁଥିବା ବେଳେ  ରାସ୍ତାର ପଟଣପୁର ଲୁଣାନଦୀ ସେତୁ  ବ୍ରିଜର ବାଡ ନଥିବାରୁ ତଳକୁ ଖସିପଡି ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଗ୍ରାମରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଦୀର୍ଘ ଦିନ ଧରି ହୋଇଥିବା ସେତୁର ବାଡ ନିର୍ମାଣ କରିବା ପାଇଁ ଗ୍ରମବାସୀ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ବହୁବାର  ଅଭିଯୋଗ ହେଇଆସୁଥିଲା ।ଦୁଇମାସ ତଳେ  ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଉକ୍ତ ସେତୁ ଉପରେ ବାଡ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଥିଲେ ଯନ୍ତ୍ରି । ଯାହାର ଫଳ ସ୍ବରୁପ ବୁଧବାର ଦିନ ଜଣେ ବୃଦ୍ଧର ଜୀବନ ଯାଇଥିବା ଦେଖିବାକୁ ମିଳିଥିଲା । ଏହି   ଘଟଣାକୁ ନେଇ ଗୁରୁବାର ଦିନ ଗ୍ରାମବାସୀମାନେ ଏକାଠି ହୋଇ କ୍ଷତିପୁରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କ୍ଷତିପୁରଣ ଦାବିରେ ମୃତଙ୍କ ପରିବାରଲୋକଙ୍କୁ ୫୦ଲକ୍ଷ ଟଙ୍କା , ଯନ୍ତ୍ରିଙ୍କ ବିରୁଦ୍ଧରେ ହତ୍ୟାମାମଲା ସହିତ ସାତ ଦିନ ଭିତରେ ବ୍ରିଜର ବାଡ କରିବା ଦାବିରେ ରାସ୍ତାରୋକ ହୋଇଥିବା ଜଣାପଡିଛି ।

ସୁଚନାଯୋଗ୍ୟ ଯେ , ମୃତ ବୃଦ୍ଧ କେଳୁଚରଣ ବୁଧବାର ସଂନ୍ଧ୍ୟାରେ ହାଟରୁ ପରିବା ପତ୍ର କିଣି ଘରକୁ ଫେରୁଥିବା ବେଳେ ବ୍ରିଜର ବାଡ ନଥିବା ହେତୁ ଅନ୍ଧାରରେ ବ୍ରିଜ ତଳକୁ ଖସିପଡିଥିଲେ । ଏହି ବାଟରେ ଯାଉଥିବା ପଥଚାରୀ ଏହାଦେଖି ନିକଟସ୍ଥ ଦୋକାନରେ କହିଥିଲେ ।ପରେ ସ୍ଥାନୀୟଲୋକମାନେ ତାଙ୍କୁ ଉଦ୍ଧାର କରି ଡେଲାଙ୍ଗ ଡାକ୍ତରଖାନାରେ ଚିକିତ୍ସା ପ।ଇଁ ଭର୍ତିକରିଥବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା ।ସ୍ଥାନିୟଲୋକଙ୍କ କହିବାଅନୁଯାୟୀ ,୨୬-୦୨-୨୦୧୪ରେ ଏହି ସେତୁର ଭିତିପ୍ରସ୍ତର ସ୍ଥାପନ ହୋଇଥିଲା ।ବ୍ରିଜ ହେଲା କିନ୍ତୁ ବାଡ ହେଲା ନାହି ,ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବର  କୁପରିଣାମ ଗ୍ରାମବାସୀଙ୍କୁ ଏବେ ଭୋଗିବାକୁ ପଡୁଛି ବୋଲି ଗ୍ରାମବାସି ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.