ବିଲ୍‌ଡର ସଂସ୍ଥା ମାଲିକାଣୀ ଗିରଫ

0 803

ବାରଙ୍ଗ,୧୪/୧(ଏସ ଏସ ନିଉଜ) ଜମିରେ ମାଟି ପକାଇ ରାସ୍ତା ନିର୍ମାଣ କରିବା ଘଟଣାକୁ ନେଇ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାରେ ବାରଙ୍ଗ ଥାନା ପୋଲିସ ଜଣେ ମହିଳା ଜମି ବ୍ୟବସାୟୀ (ବିଲଡର)ଙ୍କୁ କଟକ ବାଦାମବାଡ଼ି ସ୍ଥିତ ବ୍ଲୁ ଷ୍ଟାର କାର୍ଯ୍ୟାଳୟରୁ ଗିରଫ କରି କୋର୍ଟ ଚାଲାଣ କରିଛି।ମହିଳା ଜମି ବ୍ୟବସାୟୀ ଜଣକ ହେଉଛନ୍ତି ପିଙ୍କି ପ୍ରଧାନ।
ପ୍ରକାସ ଯେ, ଗତ ଡ଼ିସେମ୍ବର ୨୭ ତାରିଖ ସୋମବାର ଦିନ ମଧୁବନ ଗାଁ ମୁଣ୍ଡରେ ଥିବା ବ୍ଲୁ ଷ୍ଟାର ବିଲଡର ସଂସ୍ଥାକୁ ଲାଗିକରି ରହିଥିବା ମଧୁବନ ଗ୍ରାମର ଜଗନ୍ନାଥ ରାଉତଙ୍କ ଜମିକୁ ଉକ୍ତ ବିଲଡର ଜବରଦଖଲ କରି ମୋରମ ପକାଇ ରାସ୍ତା ନିର୍ମାଣ କରୁଥିଲେ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।ଏହି ଘଟଣା ପରେ ମଧୁବନ ଗ୍ରାମର ୫ଜଣ ଯୁବକ ବାରଙ୍ଗ ମୁଖ୍ୟ ରାସ୍ତା ଉପରେ ଜଗନ୍ନାଥଙ୍କୁ ସଂଘବଦ୍ଧ ଭାବରେ ମରଣାତ୍ମକ ଆକ୍ରମଣ କରିଥିଲେ।ଫଳରେ ବାରଙ୍ଗ ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଏହି ଘଟଣାରେ ଉଭୟ ପକ୍ଷରୁ ୨ ଜଣ ଆହତ ହୋଇଥିଲେ। ଜଗନ୍ନାଥଙ୍କ ପତ୍ନୀ କୁନ୍ତୀ ଦାସ ଏନେଇ
ବ୍ଲୁ ଷ୍ଟାର ବିଲଡରର ମାଲିକ ପିଙ୍କି ପ୍ରଧାନଙ୍କ ସମେତ ୫ ଜଣଙ୍କ ନାମରେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ବାରଙ୍ଗ ଥାନା ପୋଲିସ କେସ ନଂ ୨୮୮/୨୧ ରେ ଏକ ମାମଲା ରୁଜୁକରି ୪ ଜଣକୁ ଗିରଫ କରିଥିଲା।ତେବେ ଉକ୍ତ ଘଟଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଲଡର ସଂସ୍ଥାର ମାଲିକାଣୀ ପିଙ୍କି ପ୍ରଧାନଙ୍କୁ ବାଦାମବାଡ଼ି ସ୍ଥିତ ବ୍ଲୁ ଷ୍ଟାର କାର୍ଯ୍ୟାଳୟରୁ ଶୁକ୍ରବାର ବାରଙ୍ଗ ଥାନା ପୋଲିସ ଗିରଫ କରିଛି କୋର୍ଟ ଚାଲାଣ କରିଛି।(ଗୌତମ ରାଉତ ଙ୍କ ରିପୋର୍ଟ)

Leave A Reply

Your email address will not be published.