ବୁଲୁଛି ଅଜଗର

0 129

ବାରଙ୍ଗ,୨୧/୮(ଏସ ଏସ ନିଉଜ) ରବିବାର ଅପରାହ୍ନରେ ଗୋବିନ୍ଦପୁର ଛକ ପାଖରେ ରାସ୍ତା ଅତିକ୍ରାନ୍ତ କରୁଥିବା ୧୦ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି ।ବାରଙ୍ଗ-ବାଙ୍କୀ ରାସ୍ତାରେ ଗାଡିମାଟର ଯାତାୟତ କରୁଥିବାରୁ ସାପଟି ରାସ୍ତା ଅତିକ୍ରାନ୍ତ କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲା ।ସ୍ଥାନୀୟ କିଛି ଯୁବକ ଏହା ଦେହିବାପରେ ବନବିଭାଗକୁ ଖବର ଦେଇଥିଲେ ।ବନବିଭାଗ ଆସିବା ପର୍ଯ୍ୟନ୍ତ ସାପଟିକୁ ରାସ୍ତା ଉପରକୁ ଛାଡି ନଥିଲେ।ପରେ ବନବିଭାଗ ଆସି ସାପଟିକୁ ଉଦ୍ଧାର କରି ସାଙ୍ଗରେ ନେଇ ଚନ୍ଦକା ଜଙ୍ଗଲରେ ଛାଡି ଥିବାର ଜଣାପଡିଛି।

Leave A Reply

Your email address will not be published.