କେନ୍ଦୁଝର, ,୧୪/୬(ଡିଏନଏ)ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନପୁର ଗାଁର ଏକ ଚାଷଜମିରେ ମା ଜେମା ଦାସ ଓ ପୁଅ ସନ୍ତା ଦାସ ଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଉଭୟ ଅଭାବରେ ରହିବାସହ ପେଟ ପାଇଁ ଭିକମାଗିଚଳିବାକୁ ମଧ୍ୟ ପଛାଇନଥିଲେ ।ତେବେ ଉଭୟଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବରଦେବାପରେ ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁଲରି ତଦନ୍ତ ଆରମ୍ଭ କରିଛି ।ଉଭୟମୃତକ ଶାଳଣିଆ ପଞ୍ଚାୟତ ମନୋହରପୁର ଗ୍ରାମର ବୋଲି ସୂଚନା ମିଳିଛି। ଏହି ଅଭାବନୀୟ ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।