ଚାଲିଗଲା ବଂଶୀର ଜୀବନ

0 345

ବାରଙ୍ଗ,୨/୨(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ବାଘ ସଫାରୀ ୩୧ନମ୍ବର ଫିଡିଙ୍ଗ ଚାମ୍ବରରେ ଚିକିତ୍ସିତ ହେଉଥିବା ପ୍ରାଣୀଉଦ୍ୟାନର ଆକର୍ଷଣ ୧୦ମାସର ସାଧାରଣ(ନାଲି ରଙ୍ଗର) ବାଘ ବଂଶି ବୁଧବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ବାଘ ବଂଶି ଗତମାସ ୨୫ତାରିଖରୁ ଅସୁସ୍ଥ ଥିଲା।ରକ୍ତ ସଂକ୍ରମଣ ସହିତ ପ୍ରଚୁର ରକ୍ତ ଶ୍ରାବ ସମସ୍ୟା ସାଙ୍ଗକୁ ପାକାଶୟ ଅନ୍ତଦାହ ଯୋଗୁଁ ଅସୁସ୍ଥ ହେବାରୁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକ ତାର ଚିକିତ୍ସା କରୁଥିଲେ।ତେବେ ଗତ କିଛିଦିନ ହେଲା ଖାଇବା ପରିମାଣ କମିଯାଇଥିଲା।ସେ ଗୋଟିଏ ସ୍ଥାନରେ ପଡିରହୁଥିଲା।ରକ୍ତ ସଂକ୍ରମିତ ଯୋଗୁଁ ତାର ମୃତ୍ୟୁ ହୋଇଥିବା ଶବବ୍ୟବଛେଦ ରିପୋଟରୁ ଜଣାପଡିଛି ବୋଲି କର୍ତ୍ତୁପକ୍ଷ କହିଛନ୍ତି।ବଂଶିର ମୃତ୍ୟୁପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୫କୁ ହ୍ରାସପାଇଛି।ସେମାନଙ୍କ ମଧ୍ୟରେ ୬ଧଳାବାଘ,୧୬ ସାଧାରଣ ବାଘ,୩କଳା ବାଘ ଅଛନ୍ତି।୨୦୨୧ ମାର୍ଚ୍ଚ ୨୮ତାରିଖରେ ଧଳାବାଘୁଣୀ ବିଜୟା ଓ ସାଧାରଣ(ନାଲି ରଙ୍ଗ) ବାଘ ସେଫ୍ ମିଳନରୁ ଜନ୍ମଗ୍ରହଣ କରିଥିଲା ବଂଶି।ଗତ ବର୍ଷ ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସରେ ୩୧ ନମ୍ବର(ଖ) ଖୁଆଡରେ ରହୁଥିବା ବାଘ ବଂଶିର ନାମକରଣ କରିଥିଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଶିଶିର କୁମାର ରଥ।ପରେ ବଂଶିକୁ ବାଘ ସଫାରୀରେ ଛଡାଯାଇଥିଲା।ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦିନକୁ ଦିନ ପରିଚାଳନା ତ୍ରୃଟି ଓ ରକ୍ଷଣାବେକ୍ଷଣ ଅଭାବରୁ ପାଟି ଫିଟୁନଥିବା ନିରୀହ ପଶୁପକ୍ଷୀଙ୍କର ଅକାଳ ମୃତ୍ୟୁ ଘଟଣାକୁ ନେଇ ଜୀବଜନ୍ତୁ ପ୍ରେମୀଙ୍କୁ ବ୍ୟଥିତ କରିଛି।ଏଥିପ୍ରତି ୫ଟି ସଚିବ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।(ଗୈାତମରାଉତଙ୍କରିପୋର୍ଟ)

Leave A Reply

Your email address will not be published.