ଚାଲିଗଲା ଶ୍ୟାମାର ଜୀବନ

0 141

ବାରଙ୍ଗ,୧୬/୪(ଏସ ଏସ ନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନର ୨୯ ନଂ ଖୁଆଡ଼ରେ ରହୁଥିବା ସିଂହୀ ଶ୍ୟମାର ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି।ସିଂହୀ ଶ୍ୟାମା ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା।ବାୟସାଧିକ ଯୋଗୁଁ ତାର ବିଭିନ୍ନ ରୋଗଜନିତ ସମସ୍ୟା ଦେଖାଦେଇଥିଲା।କାନ,ଚମ ଲୋଚା ପଡ଼ିବା ସହ ଗୋଟିଏ ସ୍ଥାନରେ ପଡ଼ି ରହୁଥିଲା।ଖାଦ୍ୟପେୟ ମଧ୍ୟ ଛାଡ଼ି ଦେଇଥିଲା।ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଧେଶ କ୍ରମେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ତାର ଚିକିତ୍ସା ଜାରି ରହିଥିଲା।ଆଜି ଅପରାହ୍ନ ୩.୩୦ ସମୟରେ ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।ମୃତ୍ୟୁ ବେଳକୁ ତାକୁ ୨୦ ବର୍ଷ ୩ ମାସ ବୟସ ହୋଇଥିଲା। ସିଂହୀ ଶ୍ୟାମାର ମୃତ୍ୟୁ ପରେ ପ୍ରାଣୀଉଦ୍ୟାନରେ ସିଂହ ସଂଖ୍ୟା ୧୭ କୁ ହ୍ରାସ ପାଇଛି।ସେମାନଙ୍କ ମଧ୍ୟରେ ୮ଟି ଅଣ୍ଡିରା ଏବଂ ୯ଟି ମାଇ ସିଂହ ରହିଛନ୍ତି।ପ୍ରକାଶ ଯେ ୨୦୦୨ ମସିହା ଜାନୁୟାରୀ ୨୬ ତାରିଖରେ ଗୁଜରାଟର ଜୁନାଗଡ଼ ଚିଡ଼ିଆଖାନାରୁ ସିଂହୀ ଶ୍ୟାମା ନନ୍ଦନକାନନକୁ ଆସିଥିଲା।

Leave A Reply

Your email address will not be published.