ଚାନ୍ଦା ନଦେବାରୁ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ

ନ୍ୟାୟ ପାଇଁ ଅତିରିକ୍ତ ଏସପିଙ୍କୁ ଭେଟିଲେ ପରିବାର

ଢେଙ୍କାନାଳ,୮।୯(ଏସଏସନିଉଜ)ଢେଙ୍କାନାଳର ସଦରଥାନା ଅଧୀନସ୍ଥ ବଳରାମପୁର ଗ୍ରାମର ବାସିନ୍ଦା ରଶ୍ମୀ ନାଏକ ଓ ପଡ଼ୋଶୀ ମାନେ ଆମ୍ବେଦକର ସେବା ସଂଗଠନର ସମ୍ପାଦକ ଚିତ୍ରସେନ ନାଏକଙ୍କ ତତ୍ୱାବଧାନରେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।ତାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ.ପି.ସୂର୍ଯ୍ୟମଣି ପ୍ରଧାନଙ୍କୁ ଭେଟି ତାଙ୍କ ସ୍ବାମୀ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେତୁରନ୍ତ କାର୍ଯ୍ୟାନୁଷ୍ଠାନ, ସୁରକ୍ଷା ଓ କ୍ଷତିପୂରଣ ପାଇଁ ଅନୁରୋଧ କରିଛନ୍ତି।

ରଶ୍ମୀ ନାଏକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀରଞ୍ଜନ ନାଏକ ଜଣେ ଡ୍ରାଇଭର।ସେ ଗତ ୪ତାରିଖ ରାତି ୧୧ଟା ବେଳେ ଟ୍ରକରେ ପାଣିପାଇପ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ନିଜ ଗ୍ରାମବଳରାମପୁରକୁ ଫେରୁଥିଲେ।କିଛି ଯୁବକ ଟ୍ରକ୍ ଅଟକାଇ ଗଣେଶ ପୂଜା ଚାନ୍ଦା ମାଗିଥିଲେ।ଚାନ୍ଦା ନଦେବାରୁ ଯୁବକ ମାନେ ରଞ୍ଜନକୁ ଗାଡ଼ିରୁ ଘୋଷାଡି ନିସ୍ତୁକ ମାଡଦେବା ସହିତ ୩୦ହଜାରେଟଙ୍କା, ମୋବାଇଲ, ଲାଇସେନ୍ସ ,ଗାଡ଼ିକାଗଜପତ୍ର,ମନିପର୍ସ ଆଦି ଛଡ଼େଇ ନେଇ ଥିଲେ।ରଞ୍ଜନ ଗାଡିନେଇ ମେଡିକାଲକୁ ଯାଇଥିଲେ ।ସେଠାରେ ଯୁବକମାନେ ପହଞ୍ଚି ପୁନର୍ବାର ଆକ୍ରମଣ କରିବା ସହମେଡିକାଲ ପଛପଟକୁ ଘୋଷାଡି ନେଇ ଜାତିଆଣ ଆକ୍ଷେପକରି ଜୀବନରେ ମାରିଦେବା ନିମନ୍ତେ ଛାତିରେ ପଥର କଚାଡି ଦେବାରୁ ସେ ଚେତାଶୁନ୍ୟ ହୋଇଯାଇଯାଇଥିଲେ।ତାଙ୍କ ପାଟି ଓ ମୁଣ୍ଡରୁ ରକ୍ତ ବାହାରିବାରୁ ମରିଗଲା ବୋଲି ଭାବି ଯୁବକମାନେ ଛାଡି ପଳାଇଥିଲେ।ତାଙ୍କର ସାଥୀ ଡ୍ରାଇଭରମାନେ ପହଞ୍ଚି ୧୦୮ଆମ୍ବୁଲାନ୍ସ ଡାକି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ପଠାଇଲେ।ଅବସ୍ଥା

ଗୁରୁତର ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ଆଣିବାକୁ ପଡ଼ିଥିଲା।ସଦର ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ବସିପଡିଥିବା ଯୋଗୁଁ ଯୁବକମାନେ ଉକ୍ତ ପରିବାରକୁ କେଶ୍ ଉଠାଇବାକୁ ଧମକ ଦେଉଛନ୍ତି ବୋଲି ରଶ୍ମୀ ନାଏକ ଅଭିଯୋଗ କରିଛନ୍ତି।ରଞ୍ଜନ ଏବେ ଚାଲିବୁଲି କରିପାରୁନାହିଁ କି ଠିକ୍ ଭାବେ କଥାବାର୍ତ୍ତା କରିପାରୁନାହାନ୍ତି।ଅସହାୟ ଅନୁସୂଚିତ ଜାତିର ଏହି ପରିବାରକୁ ନ୍ୟାୟ ଦେବା ପାଇଁ ରଶ୍ମୀ ନାଏକ ଗୁହାରି କରିଥିବାବେଳେ ନ୍ୟାୟ ନିଶ୍ଚିତ ମିଳିବ ବୋଲି ଅତିରିକ୍ତ ଏସପି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ରଶ୍ମୀ ନାଏକ କହିଛନ୍ତି।

- Advertisement -

Leave A Reply

Your email address will not be published.