ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ

0 167

ପୁରୀ,୬/୨(ଏସଏସନିଉଜ) ଚନ୍ଦ୍ରଭାଗା ମାଘମେଳା ବୁଡ଼ କ‌ରୋନା ପାଇଁ ଚଳିତବର୍ଷ ଫିକା ପଡିଲା । କେବଳ ମାଘସପ୍ତମୀର ନୀତିକାନ୍ତି କରାଯାଇପାରିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି ।ଏଥିପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ । ନିର୍ଦ୍ଦେଶନାମା ଅନୁଯାୟୀ ଚନ୍ଦ୍ରଭାଗା ମେଳା ପଡ଼ିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ଦର୍ଶନ ଓ ପ୍ରବେଶ ଉପରେ କଟକଣା କରାଯାଇଛି । ରବିବାର ଅପରାହ୍ନ ୪ଟାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ନୀତିକାନ୍ତି ସମ୍ପନ୍ନ ହେବା ପରେ କଟକଣା ପ୍ରତ୍ୟାହାର କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Leave A Reply

Your email address will not be published.