ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୁମି ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର

0 258

ଭୁବନେଶ୍ୱର,୧୨/୧(ଏସ୍‌ଏସ୍‌ନିୟୁଜ)ପର୍ଯ୍ୟଟନ ରାଜ୍ୟସରକାରଙ୍କର ଅଗ୍ରାଧିକାର କ୍ଷେତ୍ରଭାବେ ବିକାଶଲାଭ କରିବାରେ ଆରମ୍ଭ କରିଛି ।ରାଜ୍ୟରେ ପର୍ଯ୍ୟଟନକ୍ଷେତ୍ରରେଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାପାଇଁ ରାଜ୍ୟସରକାର ଏକ ଉଚ୍ଚଭିଳାଷ ଯୋଜନା ପ୍ରସ୍ତୁତ କରିଛନ୍ତି ।ବେଳାଭୁମି ପର୍ଯ୍ୟଟନ କ୍ଷେତ୍ର ରେ ଏକ ମାଇଲଖୁଂଟ ଭାବରେ ରାଜ୍ୟରେ ପୁରୀ, କୋଣାର୍କ, ମେରାଇନ ଡ୍ରାଇଭର ଚନ୍ଦ୍ରଭାଗା, ବାଲେଶ୍ୱରର ତଳସାରୀ-ଉଦୟପୁର ବେଳାଭୁମିରେ ଭିତିଭୁମିର ବିକାଶ କରି ଆନ୍ତର୍ଯାତିକ ପର୍ଯ୍ୟଟନ କେନ୍ଦ୍ରଭାବରେ ବିକଶିତ କରିବାପାଇଁ ରାଜ୍ୟସରକାର ପ୍ରୟାସ ଆରମ୍ଭ କରିଛନ୍ତି ।ଆଜି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଏହି ଦୁଇଟି ମହତ୍ୱାକାଂକ୍ଷୀ ଯୋଜନାର ରୁପାୟନ ସର୍ମ୍ପକ ରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ ।ଏହି ଯୋଜନାରେ ପୁରୀକୋଣାର୍କ ବେଳାଭୁମିର ଚନ୍ଦ୍ରଭାଗା ଠାରେ ୧କିଲୋମିଟର ବ୍ୟାପୀ ଅଂଚଳର ବିକାଶ କରାଯିବ ।ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନରେ ଜଳକ୍ରିଡା,ଆମୋଦପ୍ରମୋଦ,ସୁଦୃଶ୍ୟଚଲାପଥ,ସାଇକେଲଟ୍ରାକ୍‌,ସମୁଦ୍ରରର କୁଳରେ କାଠର ଚଲାପଥ, ମୁକ୍ତରଙ୍ଗମଂଚ,ଛୋଟପିଲାମାନଙ୍କପାଇଁ ଖେଳ ପାଇଁ ଅଂଚଳ,ସୁର୍ଯ୍ୟଦୟ ଦେଖିବାପାଇଁ ମଂଚ, ଦୁଃସାହାସିକ କ୍ରିଡା ଆଦି ଅତ୍ୟାଧୁନିକ ସୁବିଧାସେହିସବୁସ୍ଥାନମାନଙ୍କରରେ ଉପଲବ୍ଧ ହେବ ।ଆଧୁନିକ ବଜ୍ୟବସ୍ତୁ ବାଲିସୁରକ୍ଷା ସୁବିଧା ସହ ଶୈାରଆଲୋକ ସୁବିଧା ସହିତ ସ୍ଥାନୀୟ ଲୋକମାନଙ୍କର ଅଂଶଗ୍ରହଣକୁ ଉସ୍‌ାହୁିତ କରାଯିବ ।ପର୍ଯ୍ୟଟକମାନେ ଏହାକୁ କେବଳ ଦିନସମୟରେ ଉପଭୋଗ କରିପାରିବା ସହ ଏହି କାର୍ଯ୍ୟ ୧ବର୍ଷ ମଧ୍ୟରେ ସମ୍ପୁର୍ଣ  ସରିବାର ଲକ୍ଷ ରଖାଯାଇଛି ।ବାଲେଶ୍ୱରର ତଳସାରୀ ବେଳାଭୁମିର ୨.୪କିଲୋମିଟର ଅଂଚଲକୁ ବିକଶିତ କରାଯିବ ।ଏଠାରେ ତାରକା ଓ ବଜେଟ ହୋଟେଲ ନିର୍ମାଣ ପାଇଁ ଉସ୍‌ାହିତ କରାଯିବ । ପର୍ଯ୍ୟଟକମାନେ ମନଭରି ଉପଭୋଗ କରିବାପାଇଁ ରୁଚିପୁର୍ଣ ପାଭିଲିଅନ ସହ ବର୍ଷା ଅଶ୍ରୟସ୍ଥଳୀ ସହିତ ଓଡିଶାର କଳା ସସ୍କୃତି ସହ ପରିଚିତ କରିବାପାଇଁ ଆର୍ଟ ଓ କ୍ରାଫ୍ଟ ପ୍ଲାଜା ନିର୍ମାଣ କରାଯିବ ।ଉଭୟସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ଲାଇଫ୍‌ଗାର୍ଡମାନଙ୍କୁ ନିୟୋଜିତ କରାଯିବା । ଏହି ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟମଧ୍ୟରେ ସାରିବାକୁ ସମସ୍ତ ବିଭାଗମାନେ ସହଯୋଗ କରି ବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଆଗାମି ଦୁଇବର୍ଷ ମଧ୍ୟରେ ପୀର ଜାହାନିଆ, ନିଳାଦ୍ରିମୁହାଣ ଆଦି ପୁରୀଜିଲ୍ଲାରେ ଥିବା ସମସ୍ତ ବେଳାଭୁମି ଏବଂ ଗଞାମ ଜିଲ୍ଲାର ହରିପୁର ଓ ପତିସୋନପୁର ବେଳାଭୁମି କୁ ବ୍ଲିଫ୍ଲାଗ୍ ବେଳାଭୁମିଭାବେ ବିକଶିତ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଏହି ଆଲୋଚନା ବୈଠକରେ ଭୋଗରାଇ ବିଧାୟକ ଅନନ୍ତଦାସ,ଓଟିଡିସିି ରଅଧକ୍ଷା .ମୁଖ୍ୟଶାସନସଚିବ ଙ୍କ ସହ ଜଙ୍ଗଲ,ପର୍ଯ୍ୟଟନ,୫ଟିସଚିବ ପୁରୀ,ବାଲେଶ୍ୱର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.