ଚୋରି ଅଭିଯୋଗରେ ଜଣେ କୋର୍ଟଚାଲାଣ

0 154

ବାରଙ୍ଗ,୨୯/୧(ଏସଏସନିୟୁଜ) ରଘୁନାଥପୁର ଅଞ୍ଚଳରେ ଥିବା ଏକ ଗାଡି ଗ୍ୟାରେଜରୁ ଆଲୁମିନିୟମ ପାର୍ଟସ ଚୋରୀ ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ଜଣେ ଚୋରକୁ ଗିରଫ୍ କରି ଆଜି କୋର୍ଟଚାଲାଣ କରିଛି।ଗିରିଫ୍ ବ୍ୟକ୍ତି ଜଣକ ହେଉଛନ୍ତି ଇଫୋସିଟ ଥାନା ଅଧିନସ୍ଥ ଶିଖରଚଣ୍ଡି ନଗର ଶାନ୍ତିନଗର ପ୍ଲଟନଂ ୩୧ ଅଞ୍ଚଳରେ ରହୁଥିବା କୁର୍ମୟା ରେଡି(୨୫)।ସେ ଗତ ୨୮ତାରିଖ ଅପରାହ୍ନ ସାଢେ ୨ଟାବେଳେ ପ୍ରିୟବ୍ରତ୍ତ ଦାଶଙ୍କ ରଘୁନାଥପୁର ଅଞ୍ଚଳରେ ଥିବା କେ.ଏସ୍ ଅଟୋମୋବାଇଲ ଗ୍ୟାରେଜ ଭିତରେ ପଶି ଏକ ଚାରିଚକିଆ ଯାନରେ ଲାଗୁଥିବା ୪ଗୋଟି ଦାମୀ ଆଲୁମନିୟମ ଯତ୍ରପାତିକୁ ଚୋରି କରିବା ପରେ ଗୋଟିଏ ଜରି ଅଖାରେ ପୁରାଇ ଖସିଯିବାକୁ ବାହାରୁଥିବାବେଳେ ଗ୍ୟାରେଜରେ କାର‌୍ୟ୍ୟରତ କର୍ମଚାରୀଙ୍କ ହାତରେ ଧରାପଡିଥିଲେ।ପରେ ଗ୍ୟାରେଜ ମାଲିକ ଶ୍ରୀ ଦାଶ ରାସ୍ତାରେ ପେଟ୍ରୋଲିଂ କରୁଥିବା ପିସିଆର ଗାଡିକୁ ଖବର ଦେଇଥିଲେ।ଘଟଣାସ୍ଥଳରେ ନନ୍ଦନକାନନ ପୁଲିସ ପହଞ୍ଚି ଚୋରକୁ ଗିରଫ୍ କରିବା ସହ ତା ପାଖରୁ ଚୋରି ସାମଗ୍ରି ଜବତ କରିବା ସହ ଥାନାକୁ ଆଣିଥିଲେ।ଏନେଇ ଗ୍ୟାରେଜ ମାଲିକ ପ୍ରିୟବତ୍ତ ଦାଶ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲାରୁଜୁ କରି ଆଜି ଚୋର କୁର୍ମୟା ରେଡିକୁ କୋର୍ଟଚାଲାଣ କରିଛି।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.