ଚୋରୀ ଘଟଣାର ପରଦାଫାସ କଲା ଜଗତପୁର ପୋଲିସ

0 235

କଟକ,୧୪/୧(ଏସ୍‌ଏସ୍‌ନିୟୁଜ)ବାସନ୍ତୀଦୁର୍ଗା ଜୁଏଲାରୀ ସପ୍‌ର ପଛପଟ କାନ୍ଥଭାଙ୍ଗି ହୋଇଥିବା ଚୋରୀ ଘଟଣାର ପର୍ଦାଫାସ କରିଛି ଜଗତପୁର ଥାନା ପୋଲିସ ।ପୋଲିସ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ କାର,ଦୁଇଟିବାଇକ. ୪ଟିମୋବାଇଲ, ଗ୍ୟାସ କଟର, ୨୫.୫୦୦ଗ୍ରାମର ରୁପାଅଳଙ୍କାର,୩୮୫ଗ୍ରାମର ସୁନାଅଂଳଙ୍କାର ,ନଗଦ ୧୨ହଜାରେ୪୦୦ ଜବତ କରିଛି ।
ପ୍ରକାସ ଯେ, ଜଗତପୁର ଥାନା ଅର୍ନ୍ତଗତ ଆଇବି ରୋଡରେ ବାସନ୍ତୀଦୁର୍ଗା ଜୁଏଲାରୀ ସପ୍ ଟି ଗତ୮ବର୍ଷ ହେବ ରହିଅଛି ।ଗତ ଡିସେମ୍ବର୪ତାରିଖରେ ଦୋକାନର ମାଲିକ ଦୟାନିଧିସାହୁ ଦୋକାନ ବନ୍ଦ କରିଆସିଥିବାବେଳେ ସେହିଦିନ ବିଳମ୍ଭିତ ରାତିରେ ପଛପଟର କାନ୍ଥ ଭାଙ୍ଗି ଚୋରମାନେ ଦୋକାନ ମଧ୍ୟରୁ ରୁ୩୫-୪୫କେଜି ଓଜନର ରୁପା,୩୦୦-୪୦୦ଗ୍ରାମ ଓଜନର ସୁନା, ଓ ନଗଦ ୫୦-୬୦ ହଜାରେ ଟଙ୍କା ଚୋରୀ ହୋଇଥିବାର ସିସିଟିଭି ହାଡଡିସ୍କ, ପେନଡ୍ରାଇଭ ମଧ୍ୟ ନଇଯାଇଥିବା ବିଷୟରେ ନୟାନିଧି ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ୫୦୭/୨୦ କେଶ ନଂରେ ଏକ ମକଦ୍ଦମା ରୁଜୁକକରି ତଦନ୍ତ ଆରମ୍ଭ କରିଥିଲେ ।ଏହି ଘଟଣାରେ ସମ୍ପୃକ୍ତ ରଘୁନାଥପୁର ଥାନା ଅର୍ନ୍ତଗତ ଅନନ୍ତପୁର ଗ୍ରାମର ତପନ କୁମାର ସେଠୀ(୪୭)ଚୈାଦ୍ୱାରଥାନା ଅର୍ନ୍ତଗତ ଓଟିଏମ କଲୋନୀର ଅମୁଲ୍ୟକୁମାର ମହାନ୍ତି (୪୨),ବଡମ୍ବାଥାନା ଅର୍ନ୍ତଗତ ଇଛାପୁର ଗ୍ରାମର ରମେଶ ଚନ୍ଦ୍ରସେଠୀ(୩୪)ନୟାପଲ୍ଲୀଥାନା ଅର୍ନ୍ତଗତ ନୀଳକଂଣ୍ଠ ନଗରର ତ୍ରିଲୋଚନ ସେଠୀ (୩୯),ଚାଉଳିଆଗଞଥାନା ଅର୍ନ୍ତଗତ ନୟାବଜାରର ପ୍ରଫୁଲ କୁମାର ସାହୁ(୫୭)କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।ସେମାନଙ୍କଠାରୁ ଗୋଟିଏ କାର,ଦୁଇଟିବାଇକ,୪ଟି ମୋବାଇଲ, ଗ୍ୟାସକଟର, ୨୫.୫୦୦ ଗ୍ରାମର ରୁପାଅଳଙ୍କାର,୩୮୫ଗ୍ରାମର ସୁନାଅଳଙ୍କାର ଓନଗଦ ୧୨ହଜାରେ୪ଶହଟଙ୍କା ପୋଲିସ ଜବତ କରିଛି ।

Leave A Reply

Your email address will not be published.