ଚୋରି ସିମେଣ୍ଟ ବୋଝେଇ ଡମ୍ପରକୁ ଧରିଲା ପୋଲିସ

ସୁନ୍ଦରଗଡ଼, ୭/୧୧(ଏସଏସନିୟୁଜ) ଗତକାଲି ରାତିରେ ରାଜଗାଙ୍ଗପୁର ପୁଲିସ ମାଟିଗେଟରୁ ଚୋରି ହୋଇଥିବା ଏକ ସିମେଣ୍ଟ ବୋଝେଇ ଡମ୍ପରକୁ ଧରିବାରେ ସଫଳ ହୋଇଛି । ଓଆର ୧୪ଏନ ୯୬୩୯ନଂ ଡ଼ମ୍ଫରଟି ୨୪୦ ବ୍ୟାଗ ସିମେଣ୍ଟ ବୋଝେଇ କରି ଡାଲମିଆ ସିମେଣ୍ଟ କାରଖାନାରୁ ବଣେଇ ପାଇଁ ବାହାରିଥିଲା । ମାଟିଗେଟ ଠାରେ ଚାଳକ ଗାଡ଼ଟିକୁ ଛିଡ଼ା କରି ଖାଇବା ଯାଇ ଫେରିବାପରେ ସିମେଣ୍ଟ ବୋଝେଇ ଗାଡିଟିକୁ କେହି ନେଇ ପଳାଇଯାଇଥିଲା ।ଏ ସର୍ମ୍ପକରେ ଡମ୍ପରମାଲିକ ରାଜଗାଙ୍ଗପୁର ଥାନାକୁ ଜଣାଇଥିଲେ ।ଏହାପରେ ପୋଲିସ ସଦଳବଳେ ଘୋଗର ଗ୍ରାମରେ ଚଢଉ କରି ଗାଡି କୁ ଜବତକରି ଗାଡିଚୋରକୁ ଗିରଫ କରିଥିଲେ ।

- Advertisement -

Leave A Reply

Your email address will not be published.