କମିଶନରେଟ ପୋଲିସ ତରଫରୁ ଏସିପି ସ୍ତରରେ ଅଦଳବଦଳ

0 264

ଭୁବନେଶ୍ବର:୩/୧୨- ବିଧାନସଭା ସରୁସରୁ କମିଶନରେଟ ପୋଲିସ ତରଫରୁ ଏସିପି ସ୍ତରରେ ଛୋଟଧରଣର ଅଦଳବଦଳ ହୋଇଥିବା ଜଣାପଡିଛି । ଆସନ୍ତା କାଲି ସନ୍ଧ୍ୟାରେ ଏନେଇ  ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ତେବେ ଅଦଳବଦଳ ପକ୍ରିୟାରେ ଜୋନ ୬ ରେ ଥିବା ତରୁଣ କୁମାର ଦାସଙ୍କୁ କମିଶନରେଟ ପୋଲିସର ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ମୁଖ୍ୟ କାର୍ଯ୍ୟାଳରେ ଥିବା ପ୍ରକାସ ଚନ୍ଦ୍ର ପାଲଙ୍କୁ ଅବସ୍ଥାପିତ କରାଯାଇଛି ।

ସେହିଭଳି ମାନସ ରଞ୍ଜନ ଗଡନାୟକଙ୍କୁ ଭୁବନେଶ୍ବରର ଜୋନ ୧ , ବିଷ୍ଣୁପ୍ରସାଦ ପାତ୍ର ଙ୍କୁ ଭୁବନେଶ୍ବରର ଜୋନ ୨ , ରବିନ୍ଦ୍ରନାଥ ଶତପଥିଙ୍କୁ ଭୁବନେଶ୍ବରର ଜୋନ ୪ , ଅମରେନ୍ଦ୍ର ପଣ୍ଡାଙ୍କୁ କଟକର ଜୋନ ୧ , ପି ଚନ୍ଦ୍ର ବଡଜେନାଙ୍କୁ କଟକର ଜୋନ ୩ , ଅନିଲ କୁମାର ବେଉରିଆଙ୍କୁ କଟକ ଡି.ଆ.ବି , ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ପୋଲିସ ମୁଖ୍ୟକାର୍ଯ୍ୟାଳୟ କୁ ବଦଳି କରାଯାଇଥିବା ବେଳେ ରଜତ କୁମାର ରୟ ଙ୍କୁ କୈାଣସି ସ୍ଥାନକୁ ବଦଳି କରାଯାଇନଥିବା ବେଳେ କଟକ ଜୋନ ୩ରେ ଥିବା ଏନ୍ ଚନ୍ଦ୍ର ବାରିକ ଙ୍କୁ କମିଶନରେଟ ପୋଲିସରୁ ବାହାରକୁ ବଦଳି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.