କରୋନା କରୁଛି କାୟାବିସ୍ତାର ପୁଣି ୩ ଚିହ୍ନଟ

0 250

ଭୁବନେଶ୍ୱର,୩୦/୪(ଏସଏସନିୟୁଜ) ପୁଣି ଚିନ୍ତା ବଢାଇଲାଣି ପଶ୍ଚିମବଙ୍ଗ ଲିଙ୍କ୍ । ଆଜି ସକାଳୁ ପୁଣି ୩ କରୋନା ପଜେଟିଭ ଚିହ୍ନଟ ହୋଇଥିବାର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଏହି ତିନିଜଣ ଯାଜପୁରର ଦଶରଥପୁର ଅଂଚଳର ହୋଇଥିବାବେଲେ ପଶ୍ଚିମବଙ୍ଗ ଲିଙ୍କ ରହିଥିବାର ଜଣାପଡିଛି । ଏହାକୁ ମିଶାଇ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଁଚିଛି । ଏହାଭିତରେ ୧୪ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିସାରିଲାଣି ।ଫଳରେ ରାଜ୍ୟରେକରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୨୮ରେ ପହଁଚିଥିବାର ଜଣାପଡିଛି ।ଏଥିମଧ୍ୟରୁ ୩୯ଜଣ ସୁସ୍ଥ ହୋଇଥିବାବେଳେ ୮୮ଜଣ ହସ୍‌ପିଟାଲରେ ଚିକିସ୍‌।ଧିନ ଅଛନ୍ତି ।

Leave A Reply

Your email address will not be published.