କରୋନା-ପୁଣି ଭୁବନେଶ୍ୱରରେ ୨୫ପଜିଟିଭ

0 479

ଭୁବନେଶ୍ୱର, ୨୯/୬(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଚଳିତମାସରେ ଭୁବନେଶ୍ୱରର ବିଭିର୍ଣସ୍ଥାନରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।ଯାହା ଏବେ ଚିନ୍ତାର କାରଣ ସାଜିବାକୁ ଯାଉଛି ।ପୁଣି ଆଜି ୨୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ୨ ହୋମ୍ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୩ ଜଣ ଲୋକାଲ ବୋଲି ଜଣାପଡିଛି । ହୋମ୍ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ଦ୍ୱୟଙ୍କ ମଧ୍ୟରେ ଘରୋଇ ହସ୍ପିଟାଲରୁ ଜଣେ ଓ ଅନ୍ୟ ଜଣେ ରେଲଓ୍ବେ କର୍ମଚାରୀ ବୋଲି ଜଣାପଡ଼ିଛି। ୨୩ ଲୋକାଲ କେସ୍ରୁ ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪, ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ୨, ମଞ୍ଚେଶ୍ୱର ଅଞ୍ଚଳରୁ ୫, ସାମନ୍ତପୁରରୁ ୨(ଜଣେ କ୍ୱାରାଣ୍ଟାଇନ ସେଣ୍ଟର), ପାସ୍ପୋର୍ଟ ଅଫିସ ନିକଟ ବାଲିତୋଟାସାହି ବସ୍ତିରୁ ୪, ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ ୧, ଘରୋଇ ହସ୍ପିଟାଲରୁ ୧, ଅଶୋକନଗରରୁ ୧, ନିଳାଦ୍ରୀବିହାର ବୁଦ୍ଧ ପାର୍କ ନିକଟରୁ ୧, ସରକାରରୀ ହସ୍ପିଟାଲରୁ ୧, ନୟାପଲ୍ଲୀ ଏମ୍-୩ ପାର୍କ ନିକଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଯାହାଫଳରେ  ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୧୩୫ ଆକ୍ଟିଭ କେସ୍ ରହିଥିବା ବିଏମ୍ସି ପକ୍ଷରୁ ସୋମବାର ଅପରାହ୍ନରେ ଟୁଇଟ୍କରି ସୂଚନା ଦିଆଯାଇଛି।

Leave A Reply

Your email address will not be published.