କରୋନା-ପୁଣି ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା

0 497

ଭୁବନେଶ୍ୱର,୨୯/୬(ଏସ୍‌ଏସ୍‌ନିୟୁଜ) ଦିନକୁଦିନ କରୋନା ତାର କାୟା ବିସ୍ତାର କରିଚାଲିଛି । ପୁଣି ବଢିଲା କରୋନାଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୪୫ଜଣ କରୋନା ଆକ୍ରାନ୍ତ ।ସେଥିମଧ୍ୟରେ କ୍ୱାରେଟାଇନରେ ୨୧୪ଜଣ ଥିବାବେଳେ୩୧ଜଣ ସ୍ଥାନୀୟ ଲୋକ ବୋଲି ସୁଚନା ଓ ଲୋକସର୍ମ୍ପକବିଭାଗ ପକ୍ଷରୁ କୁହାଯାଇଛି । ଏହି ନୁଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରେ୨, ବରଗଡ ରେ୧୦, ଭଦ୍ରକରେ୨, କଟକରେ୭,ଢେଙ୍କାନାଳରେ୩, ଗଞାମରେ୯୬,ଗଜପତିରେ୭, ଜଗତସିଂହପୁର ରେ୯, ଯାଜପୁରରେ୪୦,ଝାରସୁଗୁଡାରେ୧, କେନ୍ଦ୍ରାପଡାରେ୮, କେଉଁଝରରେ୭, ଖୋର୍ଦ୍ଧାରେ ୨୮, ମୟୁରଭଞରେ୫, ନବରଙ୍ଗପୁରରେ ୭,ନୟାଗଡରେ୩, ରାୟଗଡାରେ୧, ସୋନପୁରରେ୧, ସୁନ୍ଦରଗଡ ରେ୬ ଜଣ ଚିହ୍ନଟ ହୋଇଥିବାବେଳେ ଓଡ୍ରାଫ୍ଟ ଓ ଏନ୍‌ଡିଆରଏଫ୍‌ର ୨୦ଜଣ କର୍ମଚାରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞାମ ଜିଲ୍ଲାରେ ସବୁଠାରୁ ଅଧିକ ଚିହ୍ନଟ ହୋଇଛନ୍ତି । ଏହାସହିତ ୧୩୭ଜଣ ସୁସ୍ଥ ହୋଇଥିବାବେଳେ ୨୬୦୪୨୮ଜଣଙ୍କର ସାମ୍ପୁଲ ଟେଷ୍ଟ ହୋଇଛି ।ସେଥିମଧ୍ୟରୁ ୬୮୫୯ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଲେ୪୭୪୩ଜଣ ସୁସ୍ଥ ହୋଇଛନ୍ତି ଓ ବର୍ତମାନ ସୁଦ୍ଧା ୨୦୮୬ଜଣ ଆକ୍ଟିଭ ଥିବାର ସୁଚନା ଓ ଲୋକସର୍ମ୍ପକ ବିବାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.