ବ୍ୟାନ୍ ହେଲା ଚାଇନା ଆପ୍ , ଲାଗୁ ହେଲା ଅନଲଗ୍-୨:ରାତି ୧୦ ରୁ ସକାଳ ୫ କର୍ଫୁ

0 521

ନୂଆଦିଲ୍ଲୀ/ଭୁବନେଶ୍ବର :୨୯/୬(ଏସଏସଏନ୍) କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଅନଲକ୍‌-୨ ଗାଇଡଲାଇନ୍‌। ତାହିତ ବ୍ୟାନ୍ ହୋଇଛି ଚାଇନା ଆପ୍ ।ଲଦାଖ ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିବା ଚାଇନାକୁ ମହଙ୍ଗା ପଡ଼ିଛି। ସୀମା ବିବାଦ ପାଇଁ ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି। ଟିକଟକ, ହ୍ୟାଲୋ ଓ ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପକୁ ଆଜି ଭାରତ ସରକାର ଦେଶରେ ଅସିଦ୍ଧ ଘୋଷଣା କରିଛନ୍ତି। ଏହାବାଦ ଶେୟାର ଇଟ୍‌, ଲଇକି, ଭାଇରସ କ୍ଲିନର, ଜେଣ୍ଡର ଓ ବିୟୁଟି ପ୍ଲସ ଭଳି ଆପ୍‌ ମଧ୍ୟ ବ୍ୟାନ୍‌ ହୋଇଛି।

ସେହିପରି ନୂଆ ଗାଇଡଲାଇନ୍‌ ମୁତାବକ, କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଜୁଲାଇ ୩୧ ଯାଏ ବଢ଼ିଲା ଲକ୍‌ଡାଉନ। ଏହା ସହ ଜୁଲାଇ ୩୧ ଯାଏ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଜୁଲାଇ ୧୫ରୁ କୋଭିଡ ନିୟମ ମାନି ଚାଲିବ ତାଲିମ କେନ୍ଦ୍ର ।

ସେହିପରି ସାରା ଦେଶରେ ରାତି ୧୦ରୁ ସକାଳ ୫ଟା ଯାଏ ଲାଗୁ ହେବ କର୍ଫ୍ୟୁ। ରାଜ୍ୟ ଭିତରେ ଓ ଅନ୍ତଃରାଜ୍ୟ ପରିବହନ ପାଇଁ ଦରକାର ନାହିଁ ଅନୁମତି। ସର୍ବସାଧାରଣ ସ୍ଥାନରେ ପାନ, ଗୁଟ୍‌ଖା, ମଦ, ତମାଖୁ ସେବନ ନିଷିଦ୍ଧ କରାଯାଇଛି ।

ଅନ୍ୟପଟେ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ପାଇଁ କଟକଣା ଲାଗିଛି। ନିହାତି ଦରକାର ନହେଲେ ବାହାରକୁ ନବାହାରିବା ଲାଗି ନିର୍ଦେଶ ଦିଆଯାଇଛି ।

ବସ୍‌, ଟ୍ରେନ୍‌ ଓ ବିମାନରୁ ଓହ୍ଲାଇ ଘରକୁ ଯାଉଥିବା ଲୋକଙ୍କ ପାଇଁ ନିୟମ କୋହଳ ହୋଇଛି। ଅଫିସ୍‌ ଓ କାରଖାନାରୁ ଫେରୁଥିବା ଲୋକଙ୍କ ପାଇଁ ବି କୋହଳ ହେବ ନିୟମ। ଅଫିସ୍‌ କର୍ମଚାରୀ ଯଥାସମ୍ଭବ ଘରେ ରହି କାର୍ଯ୍ୟ କରିବେ। ମାସ୍କ ଓ ସାମାଜିକ ଦୂରତ୍ବ ନିୟମ କଡ଼ାକଡ଼ି ହେବ।

Leave A Reply

Your email address will not be published.