କରୋନା ସଙ୍କଟରେ ଓଡିଶାକୁ ପୁଣି ବାତ୍ୟାର ଭୟ!

0 511

ଭୁବନେଶ୍ୱର :୨୫/୪(ଏସଏସଏନ୍) ଏବେ କରୋନା ସଙ୍କଟ ସମୟ ଦେଇ ଓଡିଶା ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ମାଡି ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଏହା ଫନି ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ମେ’ ୧ ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ସୂଚନା ମିଳିଛି । ପୁଣେ ସ୍ଥିତ Indian Institute of Tropical Metrology (IITM) , ଓ ଆମେରିକାର Global Forecast System (GFS)ର ସୂଚନା ଅନୁଯାୟୀ, ଏହି ସାଇକ୍ଲୋନିକ ସିଷ୍ଟମ ଭାରତୀୟ ଉପକୂଳ ଆଡକୁ ମୁହାଁଇ ମିଆଁମାର ଏବଂ ବାଂଲାଦେଶ ସୀମା ଆଡକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି ।

ଏହି ପୂର୍ବାନୁମାନରୁ ଜଣାପଡିଛି ଯେ, ଏହି ସାଇକ୍ଲୋନିକ ସିଷ୍ଟମ ପାଖାପାଖି ମେ’ ୪-୫ ଆଡକୁ ମିଆଁମାର-ବାଂଲାଦେଶରେ ଲ୍ୟାଣ୍ଡଫଲ କରିପାରେ ।
IITM ମଡେଲର ପୂର୍ବାନୁମାନଯାୟୀ, ମେ ୧ ରେ ଆଣ୍ଡାମାନ ସାଗର ନିକଟରେ ସାଇକ୍ଲୋନେଜେନେସିସ୍ ହେବାର ପ୍ରାୟ ୪୦ ପ୍ରତିଶତ ସମ୍ଭାବନା ରହିଛି ଏବଂ ଏହା ଧୀରେଧୀରେ ମିଆଁମାର-ବାଂଲାଦେଶ ସୀମା ଆଡକୁ ଗତି କରିପାରେ ।

ସେହିପରି, ଆମେରିକାର National Oceanic and Atmospheric Sciences’ (NOAA) Global Forecast System (GFS)ର ପୂର୍ବାନୁମାନଯାୟୀ, ଏପ୍ରିଲ୍ ୩୦ ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦକ୍ଷିଣ ପୂର୍ବରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାପରେ ମେ ୧ରେ ଏହି ସାଇକ୍ଲୋନିକ ସିଷ୍ଟମଆଣ୍ଡାମାନ ଓ ନିକୋବର ଦେଇ ଗତି କରିବ ଅନୁମାନ କରାଯାଉଥିବା ଜଣାପଡିଛି ।

Leave A Reply

Your email address will not be published.