କରୋନରେ ଆକ୍ରାନ୍ତ ହେଲେ ଡେଲାଙ୍ଗ ବିଡିଓ

0 309

ଡେଲାଙ୍ଗ ,୧୨/୯(ଏସ ଏସ ନିୟୁଜ )ଡେଲାଙ୍ଗ ରେ କରୋନା ମହାମାରୀ ଦିନ କୁ ଦିନ କାୟା ବିସ୍ତାର କରିଚାଲିଛି । ଶୁକ୍ରବାର ସୁଦ୍ଧା ବ୍ଲକରେ ୧୭୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ସାତଜଣ କରୋନା ପଜିଟିଭି ବାହାରିଥିବାର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଏମାନଙ୍କ ମଧ୍ୟରେ ଡେଲାଙ୍ଗବ୍ଲକ ବିଡିଓ ରହିଛନ୍ତି । ଏହାସହିତ ତହସିଲ କାର୍ଯ୍ୟାଳୟରେ ଜଣେ ରହି ଥିବା ବେଳେ ଇନ୍ଦିପୁର ରାଜସ୍ୱ ନିରିକ୍ଷକ ଓ ଡେଲାଙ୍ଗ ବନ ବିଭାଗ କାର୍ଯ୍ୟାଳୟର ୨ଜଣ ପଜିଟିିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷେ ଧାନକେରା ପଞ୍ଚାୟତରୁ ଜଣେ ଓ ବେରବୋଇ ପଞ୍ଚାୟତରୁ ଜଣକୁ ମିଶାଇ ମୋଟ ୭ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ଦିଲ୍ଲିପ କୁମାର ପରିଡା ସୁଚନା ଦେଇଛନ୍ତି ।ଏହାପରେ ଡେଲାଙ୍ଗ ଅଗ୍ନିଶମ ବିଭାଗ ତରଫରୁ ଡେଲାଙ୍ଗ ତହସିଲ ଓ ବ୍ଲକ କାର୍ଯ୍ୟାଳୟକୁ ବିଶୋଧନ କରିଥିବାର ଜଣାପଡିଛି ।

(ଡେଲାଙ୍ଗରୁ ଚିତଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.